ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ପେଟ୍ରୋଲ, ଡିଜେଲ ଦର ୧୦୦ ଟଙ୍କା ଉପରେ ବୃଦ୍ଧି ପାଇବା ପରେ ଏବେ ସିଏନଜି ଓ ପିଏନଜି ଉପରେ ଦର ବୃଦ୍ଧି ହୋଇଛି । ଏବେ ସିଏନଜିରେ ଚାଲୁଥିବା ଗାଡ଼ି ଓ ପାଇପଲାଇନ ଯୋଗେ ନେଇଥିବା ଗ୍ୟାସ ଉପଭୋକ୍ତାଙ୍କ ଉପରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି । ଗୁରୁବାର ଦିନ ତୈଳ କମ୍ପାନୀ ମାନେ ସିଏନଜି ଗ୍ୟାସ ଲିଟର ୯୦ ଟଙ୍କା ବୃଦ୍ଧି କରିବା ସହିତ ପିଏନଜି ଉପରେ ୧.୨୫ ଟଙ୍କା ବୃଦ୍ଧି ପାଇଛି । ଏହିଦର ବୃଦ୍ଧି ପରେ ଖୁଚରା ବଜାରରେ ସିଏନଜି ଲିଟର ପ୍ରତି ୪୪.୩୦ ଟଙ୍କା ଓ ପିଏନଜି ୨୯.୬୬ ଟଙ୍କାରେ ପହଂଚିଛି ।
କହିରଖୁ କି ଜୁଲାଇ ପହିଲାରୁ ଅନେକ ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ହୋଇଛି । ଗୋଟେ ପଟେ ପେଟ୍ରୋଲ ଓ ଡିଜେଲ ଦର ଜନତାଙ୍କ ଉପରେ ବୋଝ ପରି ମାଡିପଡୁଥିବା ବେଳେ ଜୁଲାଇ ପହିଲାରୁ ଏଲପିଜି ଦର ୨୫ ଟଙ୍କା ବୃଦ୍ଧି ହୋଇଥିଲା । ଏହାସହ ଅମୁଲ କ୍ଷୀରର ଦାମ ପ୍ୟାକେଟ ପ୍ରତି ୨ ଟଙ୍କା ବୃଦ୍ଧି କରିବାକୁ କମ୍ପାନି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।