ରାସ୍ତା ମଝିରେ ଜଳିଗଲା ଟ୍ରକ, ଡ୍ରାଇଭର ଫେରାର
ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ । ଆଜି (ଗୁରୁବାର) ସକାଳେ ବୁର୍ଲା ଥାନା ଗୋଶାଳା ବ୍ରିଜ ଉପରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିୟାକୁ ଆୟତ୍ତ କରିଛନ୍ତି ।
(ସମ୍ବଲପୁର) : ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ । ଆଜି (ଗୁରୁବାର) ସକାଳେ ବୁର୍ଲା ଥାନା ଗୋଶାଳା ବ୍ରିଜ ଉପରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିୟାକୁ ଆୟତ୍ତ କରିଛନ୍ତି ।
ସୂଚନାନୁଯାୟୀ , ଗାଡିଟିରେ କିଛି କଞ୍ଚାମାଲ ଥିବା ସନ୍ଦେହ କରାଯାଉଛି । ଘଟଣା ଘଟିବା ପରେ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ । ତେବେ ନିଆଁ ଲାଗିକାର ପ୍ରକୃତ କାରଣ ଜଣାପଡିନଥିଲେ ବି ସଟସର୍କିଟ ଯୋଗୁଁ ଘଟିଥିବା କୁହାଯାଉଛି । ଟ୍ରକଟି ମହାରାଷ୍ଟ୍ରର ବୋଲି କୁହାଯାଉଛି ।