ବାଲି ଚୋରା ଚାଳାଣ ବେଳେ ଅଘଟଣ,ହାଇଓ୍ବା ଧକ୍କାରେ ଡମ୍ଫର ଡ୍ରାଇଭରଙ୍କ ମୃତ୍ୟ

କେନ୍ଦୁଝର (ରିପୋର୍ଟର୍ସ ଟୁଡେ) : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ରାଜନଗର ଆରଆଇ ଅଧିଲ ବୈତରଣୀର ପାଟନାଳି ଘାଟରୁ ଗତ ବିଳମ୍ବିତ ରାତିରେ ବାଲି ଚୋରା ଚାଳାଣ ସମୟରେ ଜଣେ ଡମ୍ଫର ଡ୍ରାଇଭରଙ୍କର ମୃତ୍ୟ ହୋଇଛି । ଡମ୍ଫର ଡ୍ରାଇଭର ଜଣଙ୍କ ହାଇଓ୍ବା ଚକ୍କା ତଳେ ଚାପିହୋଇ ମୃତ୍ୟ ହୋଇଛି । ମୃତ ଡ୍ରାଇଭର ଜଣଙ୍କ ସଦର ଥାନା କରଦଳୀପଶି ଗ୍ରାମର ଫକୀର ମହନ ମହାନ୍ତ ବୋଲି ଜଣାପଡିଛି । ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।