ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ): ରାଜ୍ୟରେ ଆସନ୍ତାକାଲି ଓ ଆଜି ହୋଇଥିବା ବର୍ଷା ପାଇଁ କଟକ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପାଣି ଜମି ଥିବା ସହ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱରର ତଳିଆ ଅଞ୍ଚଳ ସହ ନୟାପଲ୍ଲୀ, ଇସ୍କନ ସମ୍ମୁଖ ଭଳି ବିଭିନ୍ନ ସ୍ଥାନରେ ପାଣି ଜମି ରହିିଛି । ଏଥିଯୋଗୁଁ ଭୁବନେଶ୍ୱରରେ ଅନେକ ଘରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି ଏହାପାଇଁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଜୁନ ୧ରୁ ବର୍ତ୍ତମାନ ସୁଦ୍ଧା ଓଡିଶାରେ ୧୫୬.୬ ମିମି ବର୍ଷା ରେକର୍ଡ କରାଯାଇଛି ।