ସାଲେପୁର(ତାରାକାନ୍ତ ନାୟକ): ସାଲେପୁର ଶିଶୁଆ ନାଥ ସାହିର ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ କରିଛି ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେବା” । ଅନୁଷ୍ଠାନର ସଭାପତି ବିକାଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଅଗ୍ନି ବିପନ୍ନ ଶ୍ୟାମସୁନ୍ଦର ନାଥ, ଜିତେନ୍ଦ୍ର ନାଥ ଓ ବିଶ୍ୱଜିତ୍ ନାଥଙ୍କ ପରିବାରକୁ ସେବା ସଂଗଠନ ପକ୍ଷରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରଦାନ କରାଯାଇଛି। ସଂପାଦକ ପର୍ଶୁରାମ ଦିକ୍ଷୀତ, ଶୁଭାଶିଷ ରାଉତ, ପ୍ରୀୟଜିତ୍ ରାଉତ,ରେଣୁବାଳା ଦାସ,ରୁନୁରାଣି ଭୂୟାଁ,ସୋମନାଥ ସାହୁ,ବସନ୍ତ କୁମାର ଜେନା, ସଞ୍ଜୟ କୁମାର ନାୟକ,ପ୍ରକାଶ ଚନ୍ଦ୍ର ଜେନା, ଅଶ୍ଵିନୀ ପଣ୍ଡା,ଗଣେଶ୍ୱର ଭୋଇଙ୍କ ସମେତ ସଂଗଠନର କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ।