ଘାଟିରୁ ୩୦ ମିଟର ତଳକୁ ଖସିଗଲା ଗ୍ୟାସ ବୋଝେଇ ଟ୍ୟାଙ୍କର
ଘାଟିରୁ ୩୦ ମିଟର ତଳକୁ ଖସିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଟ୍ୟାଙ୍କର ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ତେବେ ଖବ
(କୋରାପୁଟ) : ଘାଟିରୁ ୩୦ ମିଟର ତଳକୁ ଖସିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଟ୍ୟାଙ୍କର ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ତେବେ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଥିବାରୁ ଅଘଟଣ ଆଶଙ୍କାରେ ୨୬ ନଂ ଜାତୀୟ ରାଜପଥରେ ଗାଡିମୋଟର ଚଳାଚଳ ବନ୍ଦ ରହିଛି ।
ସୂଚନାନୁଯାୟୀ , ଗ୍ୟାସ ବୋଝେଇ ଟ୍ୟାଙ୍କରଟି ବିଶାଖାପାଟଣାରୁ ରାୟପୁର ଯାଉଥିଲା । କୋରାପୁଟ ଘାଟିରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଟ୍ୟାଙ୍କରଟି ଘାଟିରୁ ୩୦ ମିଟର ତଳକୁ ଖସିପଡିଥିଲା । ଗାଡି ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ କୋରାପୁଟ ଜିଲାପାଳ, ଜୟପୁର ଉପଜିଲାପାଳ, ଜୟପୁର ଏସଡିପିଓ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ।