ଭୁବନେଶ୍ୱର: ଧିରେ ଧିରେ ରାଜ୍ୟରେ ବେକାବୁ ହେଉଛି କୋରୋନା ସଂକ୍ରମଣ । ପ୍ରତିଦିନ କୋରୋନା ଗ୍ରାଫରେ ହେଉଛି ଅବିଶ୍ୱସନୀୟ ବୃଦ୍ଧି । ଗତକାଲି ପର୍ଯ୍ୟନ୍ତ ଏହି ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ତଳକୁ ରହୁଥିବା ବେଳେ ଆଜି ଏହା ବଢି ୩ ହଜାର ପାଖାପାଖି ପହଞ୍ଚିଛି । କେବଳ ସେତିକି ନୁହେଁ ରାଜ୍ୟର ମୋଟ ୯ଟି ଜିଲ୍ଲାରେ ତିନି ଅଙ୍କ ଛୁଇଁଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହି ଭୂତାଣୁ ସଂକ୍ରମଣରେ ସବୁଠୁ ଅଧିକ ପ୍ରଭାବିତ ହେଉଛି ସୁନ୍ଦରଗଡ ଜିଲ୍ଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୨୯୮୯ ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୭୩୩ ଜଣ କ୍ୱାରାଣ୍ଟାଇନରୁ ଏବଂ ଅନ୍ୟ ୧୨୫୬ ଜଣ ଲୋକାଲ କେସ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର । ସେପଟେ କୋରୋନାରେ ମୃତ୍ୟୁବରଣ କରିଛନ୍ତି ଆଉ ୨ଜଣ କୋରୋନା ରୋଗୀ । ପ୍ରତିଦିନ ଭଳି ଆଜି ମଧ୍ୟ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬୩୧ ଜଣ କୋରୋନାରେ ଚିହ୍ନଟ ହୋଇଛନ୍ତି । ଏଥିସହ ଦ୍ୱିତୀୟରେ ଖୋର୍ଦ୍ଧା ଜିଲ୍ଲାରୁ ୪୩୮ ଏବଂ ପରେ କଳାହାଣ୍ଡିରୁ ୨୬୦, କଟକରୁ ୨୦୮, ନୂଆପଡାରୁ ୧୫୧, ସମ୍ବଲପୁରରୁ ୧୪୮, ବରଗଡରୁ ୧୨୬, ପୁରୀରୁ ୧୧୨, ଏବଂ ବଲାଙ୍ଗୀରରୁ ୧୧୦ ଜଣ ବ୍ୟକ୍ତି କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି ।
ଦେଖିବା ଆଜିର କୋରୋନା ଗ୍ରାଫ
ଝାରସୁଗୁଡା- ୮୪
ବାଲେଶ୍ୱର- ୮୩
କେନ୍ଦୁଝର- ୭୭
ଅନୁଗୁଳ- ୬୫
ଗଞ୍ଜାମ- ୬୩
ଯାଜପୁର- ୫୧
ନବରଙ୍ଗପୁର- ୪୩
ମୟୁରଭଞ୍ଜ- ୩୮
ଭଦ୍ରକ- ୩୪
ରାୟଗଡା- ୨୭
ଜଗତସିଂହପୁର- ୨୪
ଦେବଗଡ- ୨୩
ଢେଙ୍କାନାଳ- ୨୧
ଗଜପତି- ୧୫
କୋରାପୁଟ- ୧୪
ନୟାଗଡ- ୧୨
କେନ୍ଦ୍ରାପଡା- ୧୧
ବୈାଦ୍ଧ- ୧୦
କନ୍ଧମାଳ- ୦୮
ସୋନପୁର- ୦୬
ମାଲକାନାଗିରି- ୦୨
ଷ୍ଟେଟପୁଲ- ୯୪
ଚିହ୍ନଟ ହୋଇଥିବା ୨୯୮୯ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ଲକ୍ଷ ୫୮ ହଜାର ୩୪୨ରେ ପହଞ୍ଚିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୪୧ ହଜାର ୭୩୩ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ଏବ ବି ୧୪ ହଜାର ୬୨୧ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଜିକିତ୍ସିତ ଅବସ୍ଥାରେ ଅଛନ୍ତି । ସେପଟେ ମୃତ୍ୟୁବରଣ କରିଥିବା ୨ ଜଣଙ୍କ ସହିତ ୧୯୩୫ରେ ପହଞ୍ଚିଛି କୋରେନା ମୃତ୍ୟୁ ସଂଖ୍ୟା ।