ଡେରାଡୁନ : ଗଙ୍ଗାରୁ ଅଳ୍ପକେ ବର୍ତ୍ତିଗଲେ ୫ଜଣ ପର୍ଯ୍ୟଟକ । ଗତକାଲି ଉତ୍ତରାଖଣ୍ଡର ଋଷିକେଶ ଠାରେ ୫ଜଣ ପର୍ଯ୍ୟଟକ ଗାଧୋଉଥିବା ବେଳେ ହଠାତ ଗଙ୍ଗା ନଦୀର ଜଳ ସ୍ତର ବଢିଯାଇଥିଲା , ଫଳରେ ଏକ ଟାପୁରେ ଫସି ଯାଇଥିଲେ ପର୍ଯ୍ୟଟକ । ତେବେ ପର୍ଯ୍ୟଟକ ୫ଜଣ ହେଉଛନ୍ତି ଦିଲ୍ଲୀର , ସେମାନେ ଟାପୁରେ ଫସିଥିବା ବେଳେ ସ୍ଥାନୀୟ ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଇଛନ୍ତି । ଗଣତନ୍ତ୍ର ଦିବସରେ ଛୁଟି ଥିବା ହେତୁ ବହୁସଂଖ୍ୟାରେ ପର୍ଯ୍ୟଟକ ହରିଦ୍ୱାର ଓ ଋଷିକେଶରେ ପହଞ୍ଚିଥିଲେ । ଦିଲ୍ଲୀରୁ ଆସିଥିବା ୫ଜଣ ଗଙ୍ଗର ନଦୀର ମଝିରେ ଥିବା ଏକ ଟାପୁକୁ ବୁଲିବାକୁ ଯାଇଥିଲେ । କିନ୍ତୁ ହଠାତ ଜଳ ସ୍ତର ବଢିବା ଫଳରେ ଫେରିବା ବାଟ ବନ୍ଦ ହୋଇଯାଇଥିଲା ଓ ଦିଲ୍ଲୀର ୫ଜଣ ପର୍ଯ୍ୟଟକ ଫସିଯାଇଥିଲେ । ଏହାପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ , ପୋଲିସ ଘଟଣା ସ୍ଥଳରେ ସେମାନଙ୍କୁ ସଂଗେ ସଂଗେ ଦଉଡି ସାହାଯ୍ୟରେ ଉଦ୍ଧାର କରିଥିଲେ ।
Edit by Sushree Biswajeeta