ନକଲି ସାମଗ୍ରୀ ଦେଇ ଗ୍ରାହକଙ୍କୁ ଠକୁଛନ୍ତି ଇ-କମର୍ସ କମ୍ପାନୀ

(ରିପୋର୍ଟସ ଟୁଡ଼େ): ବର୍ତମାନ ଚାଲିଛି ଫେଷ୍ଟିଭାଲ ସିଜନ । ପୂଜା ବୁଲିବା ସହିତ ସପିଙ୍ଗ କରିବାର ମଜା । ହେଲେ କର୍ମ ବ୍ୟସ୍ତତା ଭିତରେ ମଲ୍ ଯାଇ ପରିବାର ପାଇଁ ଓ ନିଜ ପାଇଁ ସପିଙ୍ଗ କରିବା ସମ୍ଭବପର ହେଉନାହିଁ । ଫଳରେ ଲୋକେ ଅନ୍ଲାଇନ ସପିଙ୍ଗ ଊପରେ ନିର୍ଭର କରୁଛନ୍ତି । ଅନ୍ୟପଟେ ଏହାର ଫାଇଦା ଉଠାଇଛନ୍ତି ଇ କର୍ମସ ମାନେ । ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜାଣିବାକୁ ମିଳିଛି ଯେ ଇ-କମର୍ସ ଦ୍ୱାରା ବିକ୍ରି ହେଉଥିବା ୫ଟି ସାମଗ୍ରୀ ମଧ୍ୟରୁ ଗୋଟିଏ ନକଲି। ବିଶେଷ କରି ସୌନ୍ଦର୍ୟ୍ୟ ପ୍ରସାଧାନ ଓ ସୁଗନ୍ଧ ସାମଗ୍ରୀ ଏହାର ଅନ୍ତର୍ଭୁକ୍ତ ବୋଲି ଜାଣିବାକୁ ମିଳିଛି। ଏହି ସର୍ବେକ୍ଷଣର ରିପୋର୍ଟ ଗଣମାଧ୍ୟମ ସଂସ୍ଥା ‘ଟାଇମ୍ସ ଅଫ୍‌ ଇଣ୍ଡିଆ’କୁ ଦିଆଯିବା ପରେ ଏହା ଲୋକଲୋଚନକୁ ଆସିଛି। ଏପରିକି ‘ଆମାଜୋନ ଇଣ୍ଡିଆ’ରେ ନକଲି ସାମଗ୍ରୀ! ବୋଲି ଏକ ଖବର ବି ପ୍ରକାଶ ପାଇଥିଲା।
ଗତ ଛଅ ମାସ ମଧ୍ୟରେ ୨୦ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ଯେ ସେମାନେ ଅନେକ ସମୟରେ ଇ-କମର୍ସ କମ୍ପାନିଗୁଡ଼ିକଠାରୁ ନକଲି ସାମଗ୍ରୀ ଗ୍ରହଣ କରିଛନ୍ତି। ଆହୁରି କିଛି ଗ୍ରାହକ ମତ ରଖିଛନ୍ତି ଯେ ସାମଗ୍ରୀ ଗ୍ରହଣ କରୁଛନ୍ତି ସତ କେଉଁଟି ଅସଲି ଓ କେଉଁଟି ନକଲି ତାହା ସେମାନେ ଜାଣିପାରୁ ନାହାନ୍ତି।
ଏକ ପ୍ରଶ୍ନ ଉଠିଥିଲା ଯେ କେଉଁ ଇ-କମର୍ସ କମ୍ପାନି ସର୍ବାଧିକ ନକଲି ସାମଗ୍ରୀ ବିକ୍ରି କରୁଛି? ଏହି ପ୍ରଶ୍ନର ଉତ୍ତରରେ ୩୭ ପ୍ରତିଶତ ଲୋକ କହିଥିଲେ ସ୍ନାପ୍‌ଡିଲ୍‌, ୨୨ ପ୍ରତିଶତ ଲୋକ ମତ ରଖିଥିଲେ ଫ୍ଲିପ୍‌କାର୍ଟ, ୨୧ ପ୍ରତିଶତ ଲୋକ ପେଟିଏମ୍‌ ମଲ୍‌ କହିଥିବା ବେଳେ ଆମାଜୋନ୍‌ ବିପକ୍ଷରେ କହିଥିଲେ ୨୦ ପ୍ରତିଶତ ଲୋକ। ବିଶେଷ କରି ଆଲିବାବା ଓ ଆମାଜନ୍‌ ପରି ବ୍ରାଣ୍ଡ୍‌ଙ୍କ ଉପରେ ଗତ କିଛି ଦିନ ଭିତରେ ନକଲି ଉତ୍ପାଦ ବିକ୍ରି କରୁଥିବା ଅଭିଯୋଗ ରହଛି।