ରାଜ୍ୟସ୍ତରୀୟ ଦୁର୍ନିତୀ ନିବାରଣ ସେଚେତନତା ସପ୍ତାହ ଶେଷ

(ରିପେ।।ର୍ଟସ ଟୁଡ଼େ): ଭୁବନେଶ୍ୱରରେ ହେବ ଭିଜିଲାନ୍ସ ଏକାଡେମୀ। ଦୁର୍ନୀତି ନିବାରଣ ସପ୍ତାହରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଜିଲାନ୍ସ ମାମଲାରେ ୫୧ ପ୍ରତିଶତ ଦଣ୍ଡବିଧାନ କରାଯାଇଛି। ଏ ବର୍ଷର ପ୍ରଥମ ଦଶମାସରେ ୫୧ ପ୍ରତିଶତ ଦଣ୍ଡବିଧାନ ହୋଇଛି। ଗତ ଦୁଇ ବର୍ଷରେ ୪ ପ୍ରତିଶତ ଅଧିକ ମାମଲା ରୁଜୁ କରାଯାଇଛି। ଭିଜିଲାନ୍‌ସ ପକ୍ଷରୁ ପାଳନ କରାଯାଇଛି ରାଜ୍ୟସ୍ତରୀୟ ଦୁର୍ନିତୀ ନିବାରଣ ସେଚେତନତା ସପ୍ତାହ।
୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ୟ୍ୟକ୍ରମ ଆଜି ଶେଷ ହୋଇଛି। ଏଥିପାଇଁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଚଳିତ ବର୍ଷ ଥିମ୍‌ ଥିଲା ‘ଦୁର୍ନୀତି ଦୂରୀକରଣ ନବଭାରତ ନିର୍ମାଣ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଥିଲେ । ଏଥିରେ ଓଡ଼ିଶାର ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପ୍ରାଣୀଗ୍ରାହୀ,ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସମେତ ଅନ୍ୟ ଆଇଏସ୍ ଓ ଆଇପିଏସ୍ ପ୍ରମୁଖ ଊପସ୍ଥିତ ଥିଲେ । । ସଭା ଶେଷରେ ଭିଜିଲାନସର ଡ଼ି.ଆଇ.ଜି ସଂଜୟ କୁମାର କୋଶଲା ଧନ୍ୟବାଦ ଅର୍ପଣ କରିଥିଲେ ।