ନୂଆଦିଲ୍ଲୀ: ବିଜେପିର ଦିବଙ୍ଗତ ନେତା ଅରୁଣ ଜେଟଲୀଙ୍କ ଆଜି ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ଆଜି ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଅରୁଣ ଜେଟଲୀଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଜେଟଲୀଙ୍କୁ ସ୍ମରଣ କରି ଗୃହମନ୍ତ୍ରୀ କହିଛନ୍ତି, “ବିନା ଦ୍ୱନ୍ଦ୍ୱରେ ସେ ଏକ ଶକ୍ତିଶାଳୀ ଆଇପିଏଲର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଆଜି ଆଇପିଏଲ ଟ୍ରାକରେ ଅଛି ଏବଂ କ୍ରିକେଟ୍ ହଜାର ହଜାର ଯୁବକମାନଙ୍କ ପାଇଁ ରୋଜଗାରର ଆଧାର ପାଲଟିଛି। ଯେତେବେଳେ ମୋ ଜୀବନରେ ଏକ ସଙ୍କଟ ଦେଖାଦେଇଥିଲା, ଅରୁଣ ଜୀ ଏହାର ସମାଧାନ ବାହାର କରିଥିଲେ।
ସୂଚନା ଯୋଗ୍ୟ ଜେଟଲୀ ବହୁ ବର୍ଷ ଧରି ବିଜେପିର ସବୁଠାରୁ ଉଚ୍ଚକୋଟୀର ନେତାଙ୍କ ମଧ୍ୟରେ ଜଣେ ଥିଲେ ଏବଂ ଅତି ସୂକ୍ଷ୍ମ ରାଜନୈତିକ ବୁଝାମଣା ସହ ସେ ଜଣେ ନେତା ଭାବରେ ବିବେଚିତ ହୋଇଥିଲେ। ସେ ୧୯୫୨ରେ ଜନ୍ମଗ୍ରହଣ କରିଥିଲେ। ଗତ ବର୍ଷ ଅଗଷ୍ଟରେ ତାଙ୍କର ପରଲୋକ ଘଟିଥିଲା। ଜେଟଲୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, ’ମୁଁ ମୋର ବନ୍ଧୁ ଅରୁଣ ଜେଟଲୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରୁଛି। ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ, ବୁଦ୍ଧିମତ୍ତା, ଆଇନକୁ ବୁଝିବା ପାଇଁ ସମସ୍ତଙ୍କ ପାଖରେ ସ୍ମରଣୀୟ।