ରାମଚନ୍ଦ୍ର ପ୍ରସାଦ ସିଂ ହେଲେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ

(ପାଟନା): ଜେଡିୟୁର ବରିଷ୍ଠ ନେତା ରାମଚନ୍ଦ୍ର ପ୍ରସାଦ ସିଂ ବା ଆରସିପି ସିଂ ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସୂଚନା ଦେଇଛନ୍ତି । ପୂର୍ବରୁ ସେ ଏହି ପଦବୀର ଦାୟିତ୍ୱ ତୁଲାଇ ଆସୁଥିଲେ । ଏକାସାଙ୍ଗରେ ଦୁଇଟି ପଦବୀ ସମ୍ଭାଳିବା ସହଜ ନୁହେଁ ବୋଲି ସେ କହିଛନ୍ତି । ଏଣୁ କାର୍ଯ୍ୟକାରିଣୀ ବୈ÷ଠକରେ ସେ ଆରସିପି ସିଂଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ । ଅନ୍ୟମାନେ ଏହାର ସମର୍ଥନ କରିଥିଲେ । ପୂର୍ବରୁ ବିହାର ନିର୍ବାଚନରେ ଅନେକ ପ୍ରସଙ୍ଗକୁ ନେଇ ନୀତିଶ ଆରସିପି ସିଂଙ୍କ ପରାମର୍ଶ ନେଇଥିଲେ । ଦଳର ନେତୃତ୍ୱ ନେବା ପାଇଁ ପୂର୍ବରୁ ସେ ଅନେକ ଥର ଆରସିପିଙ୍କୁ ପ୍ରସ୍ତାବ ଦେଇ ଆସିଛନ୍ତି । ସୂଚନାଯୋଗ୍ୟ ଯେ, ଆରସିପି ଏବେ ରାଜ୍ୟସଭା ସାଂସଦ ଅଛନ୍ତି । ପୂର୍ବରୁ ସେ ନୀତିଶଙ୍କ କ୍ୟାବିନେଟରେ ମୁଖ୍ୟ ସଚିବ ମଧ୍ୟ ରହିସାରିଛନ୍ତି ।