(ଜୟନ୍ତ କୁମାର ସେଠୀ / ପୁରୀ): ଛତିଶା ନିଯୋଗ ଓ ନୀତି ସବକମିଟି ବୈଠକ ଶେଷ ଜ୍ଝ ଆଗାମୀ କାର୍ତିକ ମାସ ଓ ନାଗାର୍ଜୁନ ବେଶର ନୀତି ନିର୍ଘଣ୍ଟ ସ୍ଥିରୀକୃତ ଜ୍ଝ ଆସନ୍ତା ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏହି ବେଶ ନେଇ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଭୋର ୪ ଟାରୁ ବେଶ ଆରମ୍ଭ କରାଯିବା ସହ ସକାଳ ୭ ଟା ମଧ୍ୟରେ ଶେଷ କରାଯିବ। ଏହି ବେଶରେ ଗୋପାଳ ବଲ୍ଳଭ, ସକାଳ ଧୂପ, ବାଳ ଧୂପ, ଭୋଗ ମଣ୍ଡପ କରାଯାଇ । ପରେ ଅନ୍ୟାନ୍ୟ ନୀତି କରାଯାଇ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ। ଚଳିତ ବର୍ଷ କୋଭିଡ ୧୯ କଟକଣା ଥିବାରୁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଛି। କାର୍ତିକ ମାସରେ ମହାପ୍ରସାଦ ଯେଭଳି ସମସ୍ତ ଭକ୍ତ ପାଇପାରିବେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ ନେଇ ବୈଠକରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିରର ଉଭୟ ଦକ୍ଷିଣ ଓ ଉତ୍ତର ଦ୍ୱାରରେ ଭକ୍ତ ମାନଙ୍କ ପାଇଁ ମହାପ୍ରସାଦ ଉପଲବ୍ଧି ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା।