ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରୁ ଜଣେ ଯୁବକଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଜି ଉଠାଇନେବା ଘଟଣାରେ ସିପି ସ୍ପଷ୍ଟିକରଣ ଦେଇଛନ୍ତି । ସିପି କହିଛନ୍ତି, ଏକ ମାମଲାର ତଦନ୍ତ ପ୍ରକ୍ରିୟାରେ ଛାତ୍ରଙ୍କୁ ଏନଆଇଏ ପଚରା ଉଚରା ଚଳାଇଛି । ଗଣମାଧ୍ୟମରେ କୁହାଯାଉଥିବା କୌଣସି ଅଜ୍ଞାତ ସ୍ଥାନକୁ ନିଆଯାଇ ନାହିଁ । ବରଂ ଖଣ୍ଡଗିରି ଥାନାରେ ପଚରା ଉଚରା ଚାଲିଛି । ତେବେ ଏହା କୌଣସି ଆତଙ୍କବାଦ ସଂକ୍ରାନ୍ତୀୟ ତଦନ୍ତ ନୁହେୁଁ ବୋଲି ସିପି କହିଛନ୍ତି । ସିପି ଆହୁରି ମଧ୍ୟ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି, ଗଣମାଧ୍ୟମ ଅନାବଶ୍ୟକଭାବେ, ଅଯଥା କଳ୍ପନାଜଳ୍ପନା ନ କରୁ । ଯାହା ସୂଚନା ଆସିବ ଆପଣମାନଙ୍କୁ ଜଣାଇ ଦିଆଯିବ । ତେବେ ଛାତ୍ରଙ୍କ ପରିଚୟ ଦେଇନାହାଁନ୍ତି ସିପି ।
ଆଜି ସକାଳେ ଖଣ୍ଡିଗିରିରୁ ଜଣେ ବ୍ୟକ୍ତିଙ୍କୁ ଏନଆଇଏ ଉଠାଇନେଇଥିବା ନେଇ ଖବର ପ୍ରସାରଣ ହୋଇଥିଲା । ଘଟଣା ପଛର କାରଣ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଆଜି ଖଣ୍ଡଗିରି ଫେଜ୍-୨ରୁ ଜଣଙ୍କୁ ଏନଆଇଏ ଉଠାଇନେଇଥିବା ସୂଚନା ମିଳିଥିଲା । ବ୍ୟକ୍ତିଙ୍କୁ ଉଠାଇନେଇ କୌଣସି ଅଜ୍ଞାତ ସ୍ଥାନରେ କ୍ରାଇମବ୍ରାଞ୍ଚ ଓ ଏନଆଇଏ ପଚରାଉଚରା କରୁଥିବା ସୂଚନା ଥିଲା ।