ଅର୍ଥ ହେରଫେର ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଇଡିର ଜେରା

ଶ୍ରୀନଗର: ସୋମବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାଶ୍ମୀର କ୍ରିକେଟ ଆସୋସିଏସନ ଫଣ୍ଡ ହେରଫେର ମାମଲାରେ ଜମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ପାରୁଖ ଅବଦୁଲ୍ଲାଙ୍କୁ ଜେରା କରିଥିବା ଜଣେ ଅଧିକାରୀ କହିଛନ୍ତି । ଏହି ଯାଞ୍ଚ କାଳରେ ପାରୁଖଙ୍କ ବୟାନ ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନ୍ତର୍ଗତ ରେକର୍ଡ କରାଯିବ ।
ଅର୍ଥ ହେରଫେର ମାମଲାରେ ସିବିଆଇ ଦ୍ୱାରା ଦାଖଲ ଚାର୍ଜସିଟ ଅନୁଯାୟୀ ଇଡି ଯାଞ୍ଚ ଚଳାଇଛି । ଏଥିରେ ଫାରୁଖଙ୍କ ବ୍ୟତୀତ ସାଧାରଣ ସମ୍ପାଦକ ମହମ୍ମଦ ସଲିମ ଖାନ ଓ ପୂର୍ବତନ କୋଷାଧ୍ୟକ୍ଷ ଏହସାନ ଅହମ୍ମଦ ମିର୍ଜାଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ସିବିଆଇ ପରେ ଅବଦୁଲ୍ଲା, ଖାନ, ମିର୍ଜା, ମିର ମନସୁର ଗାଜାମ୍ଫିର ଅଲି, ବସିର ଅହମ୍ମଦ ମିଶଗାର ଓ ଗୁଲଜାର ଅହମ୍ମଦ ବେଗଙ୍କ ନାମରେ ମଧ୍ୟ ଚାର୍ଜସିଟ ଦାଖଲ କରିଥିଲା । ବିସିସିଆଇ ଦ୍ୱାରା ଜମ୍ମୁକାଶ୍ମୀର କ୍ରିକେଟ ଆସୋସିଏସନର ଫଣ୍ଡକୁ ଦିଆଯାଇଥିବା ୯୪.୦୬ କୋଟି ଟଙ୍କାରୁ ୪୩.୬୯ କୋଟି ଅର୍ଥ ହେରଫୋର ହୋଇଥିବା ଇଡି ପକ୍ଷରୁ ଅଭିଯୋଗ ହୋଇଛି ।
ତେବେ ଏହି ମାମଲାରେ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲା ଟ୍ୱିଟ ଯୋଗେ ଜଣାଇଛନ୍ତି, ଖୁବ ଶୀର୍ଘ ଇଡି ସମନର ଉତ୍ତର ରଖାଯିବ । ତେବେ ଏହା କିଛି ନୁହେଁ ରାଜନୈତିକ ଆକ୍ରୋଶମୂଳକ କାର୍ଯ୍ୟ ।