ଭବିଷ୍ୟତରେ ଡାକ୍ତର ହୋଇ ରୋଗୀ ସେବା କରିବେ ଶିବପ୍ରସାଦ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ନ୍ୟାସନାଲ ଟେସ୍ଟିଂଗ ଏଜେନ୍ସି ଦ୍ଵାରା ସଞ୍ଚାଳନ କରାଯାଇଥିବା ନୀଟ ୨୦୨୦ ପ୍ରବେଶିକା ପରିକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ରାଜ୍ୟର ୩୨୮୩୩ ପରୀକ୍ଷାର୍ଥୀ ପରିକ୍ଷା ଦେଇଥିଲେ । ସେଥିମଧ୍ୟରୁ କୋଦଳା ଏନଏସିର ସାମ୍ବାଦିକ ସୂର୍ୟ୍ୟ ନାରାୟଣ ବଡୁଙ୍କ ପୁତ୍ର ଶିବ ପ୍ରସାଦ ବଡୁ ୭୨୦ରୁ ୬୬୦ ମାର୍କ ରଖି ସଫଳତା ହାସଲ କରିଛନ୍ତି ।ଏହାର ଶ୍ରେୟ ସେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦୀର ଗୁରୁଜୀ , ଗୁରୁମା , ବାପା , ମା ସବିତା ବଡୁ , ଭଉଣୀ ଓ ଜ୍ଵାଇଁ ଙ୍କୁ ଦେଇଛନ୍ତି ଶିବ ପ୍ରସାଦ ଡକ୍ଟର ହେବା ପରେ ଅସହାୟ ଗରିବଙ୍କ ସେବା କରିବି ବୋଲି କହିଛନ୍ତି ।