(ଦୀପକ ମିଶ୍ର / ଉଦଳା): ମୟୂରଭଞ୍ଜ ଜିଲ୍ଲା ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଏଗାର ନମ୍ବର ୱାର୍ଡରେ ଆଜି ସରକାରଙ୍କ ଜାଗା ମିଶନ ଯୋଜନାରେ ଭୂମିହୀନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ମୋଟ ୫୯ ଜଣ ଭୂମିହୀନଙ୍କୁ ପ୍ରମାଣ ପତ୍ର ଦିଆଯାଇଛି । ଏହି ବଣ୍ଟନ କାର୍ୟ୍ୟକ୍ରମରେ ଉଦଳା ବିଧାୟକ ଭାସ୍କର ମଢେଇ, କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ଭଗବାନ ବେହେରା ଓ ଏନଏସି କାର୍ୟ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ଦଣ୍ଡପାଟ ଯୋଗ ଦେଇ ଭୂମିହୀନ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ । ତେବେ ପର୍ୟ୍ୟାୟ କ୍ରମେ ଅନ୍ୟ ୱାର୍ଡରେ ଯୋଗ୍ୟ ଭୂମିହୀନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି କାର୍ୟ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।