(କଳ୍ପତରୁ ଜେନା /ଭୁବନ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗଡନୃସିଂହ ପ୍ରସାଦ ପଞ୍ଚାୟତ ପଳାସପିଠିଆ ଗ୍ରାମରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରସାଶନ ପକ୍ଷରୁ ଗାଁର ସମସ୍ତ ତିନଟି ଓ୍ବାର୍ଡକୁ ସାନିଟାଇଜି କରାଯାଇଛି । ଭୁବନ ଅଗ୍ନିଶମ ବାହୀନିର ଏକ ଟିମ୍ ଗାଁରେ ପହଁଞ୍ଚି ପ୍ରତ୍ୟେକ ଛକ ଓ ଗଳିକୁ ସାନିଟାଇଜି କରିଛନ୍ତି।ସରପଞ୍ଚ ଗ୍ରାମବାସୀଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି।