ଭୁବନେଶ୍ୱର: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନିଟ୍ ପରୀକ୍ଷା । ପରୀକ୍ଷା କେନ୍ଦ୍ରଗୁଡିକର ପୂର୍ବ ପ୍ରସ୍ତୁତିକୁ ନେଇ ସୂଚନା ଦେଇଛନ୍ତି ନିଟ୍ ରାଜ୍ୟ ସଂଯୋଜିକା ଶ୍ରୀମତି ପଲ୍ଲୀ ପଟ୍ଟନାୟକ । ପରିକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ବନ୍ଦୋବସ୍ତ କରାଯିବା ନେଇ ସେ ସୂଚନା ଦେଇଛନ୍ତି । ଜେଇ ମେନ ଭଳି ନିଟ୍ ପରୀକ୍ଷା କେନ୍ଦ୍ରରେ ରହିବ ଆଇସୋଲେସନ ରୁମ୍ । ଅଧିକ ତାପମାତ୍ରା ବା ଅସୁସ୍ଥ ପରୀର୍କ୍ଷାୀମାନେ ସେଠାରେ ପରୀକ୍ଷା ଦେବେ । ଏହାସହ ଶାରିରୀକ ଭିନ୍ନକ୍ଷମ ପରୀର୍କ୍ଷାଥୀ ପାଇଁ ସ୍ୱତନ୍ତ୍ର ଗୃହର ବ୍ୟବସ୍ଥା କରାଯାଇଛି । ମାସ୍କ ଓ ବିସ୍କୁଟ ପ୍ୟାଟେକ ପ୍ରଦାନ କରାଯିବ । ପରୀକ୍ଷା ନିୟନ୍ତ୍ରଣ କିଭଳି ଭାବରେ ସୁରକ୍ଷିତ ରହିବ ସେନେଇ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ନିଟ୍ ରାଜ୍ୟ ସଂଯୋଜିକା ଶ୍ରୀମତି ପଲ୍ଲୀ ପଟ୍ଟନାୟକ ।
ଚଳିତ ବର୍ଷ ରାଜ୍ୟର ୭ଟି ସହରରେ ମୋଟ ୮୫ କେନ୍ଦ୍ର କରାଯାଇଛି । ରାଜ୍ୟରୁ ମୋଟ ୩୭ ହଜାର ୪ ଶହ ୫୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିପାଇଁ ୪ଟି ଜୋନରେ ୪ ଜଣ ଓଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ପରୀକ୍ଷା ପୂର୍ବାହ୍ନ ୧୧ଟାରୁ ପ୍ରବେଶ ଆରମ୍ଭ ହୋଇ ୧.୩୦ରେ ଗେଟ୍ ବନ୍ଦ ହେବ ଏବଂ ପରୀକ୍ଷା ଦିନ ୨ଟାରୁ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।