ନୂଆଦିଲ୍ଲୀ: ଦୀର୍ଘ ଛଅ ମାସ ପରେ ଡିଜେଲ ଦରରେ ହ୍ରାସ ଘଟିଛି । ଗତ ମାର୍ଚ୍ଚ ମାସ ପରଠାରୁ ପ୍ରଥମ ଥର ତେଲ କମ୍ପାନୀ ଗୁଡ଼ିକ ଡିଜେଲ୍ ଦର କମ୍ କରିଛନ୍ତି । ଏବେ ନୂଆଦିଲ୍ଲୀରେ ଡିଜେଲର ଲିଟର ପିଛା ମୂଲ୍ୟ ୧୬ ପଇସା ହ୍ରାସ ପାଇ ୭୩ ଟଙ୍କା ୪୦ ପଇସାକୁ ଖସିଛି । ହେଲେ ପେଟ୍ରୋଲ ଦରରେ ବୃଦ୍ଧି ଘଟି ୮୨ ଟଙ୍କା ୮ପଇସାରେ ପହଞ୍ଚିଛି । ଜୁନ୍ ୭ ତାରିଖ ପରଠାରୁ ଡିଜେଲ ଉଚ୍ଚ ଦରରେ ଥିଲା ।