ଭୁବନେଶ୍ୱର/ସରୋଜ ରାଉତ: ଦକ୍ଷ, ନିର୍ଭୀକ ପୁଲିସ ଅଫିସରଭାବେ ପରିଚିତ ଇନିସ୍ପେକ୍ଟର ଶରତ ଚନ୍ଦ୍ର ସାହୁ ପ୍ରାୟ ଦେଢ ବର୍ଷ ପରେ ପୁଣି କମିଶନରେଟ ପୁଲିସକୁ ଫେରିଛନ୍ତି । ସେ ନୟାପଲ୍ଲୀ ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୁଣି ତାଙ୍କର ଭୁବନେଶ୍ୱର ବଦଳିକୁ ନେଇ ବୁଦ୍ଧିଜୀବୀ ମହଲରେ ଆନନ୍ଦର ଲହରି ଖେଳି ଯାଇଛି । ତାଙ୍କ ପ୍ରତ୍ୟାବର୍ତ୍ତନ ଅବସରରେ ସମାଜସେବୀ ତଥା ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସମ୍ପାଦକ ଓ ଶ୍ରୀ ମହାବୀର ପୂଜା କମିଟିର କାର୍ୟ୍ୟକାରୀ ସଭାପତି ମିଲନ କୁମାର ପାଇକରାୟ, ସମାଜସେବୀ ଅର୍ଜୁନ ବେହେରା ଆଜି ସାମାଜିକ ଦୂରତା ରକ୍ଷା ପୂର୍ବକ ଶରତଙ୍କୁ ଭେଟି ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ମଧ୍ୟ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭୁଦତ୍ତ ସାମଲ, ଅନୁଜ ଚନ୍ଦନ ନାୟକ, ଶୁଭେନ୍ଦୁ ନାୟକ, ସମିରଣ ଦାସ ଓ ସର୍ବେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବିଶେଷ କରି ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ଅନ୍ୟ ବିଷୟରେ ସମାଜସେବୀ ମିଲନ ପାଇକରାୟ ଓ ଅର୍ଜୁନ ବେହେରା ଆଲୋଚନା କରିଥିଲେ । କରନା ପରିସ୍ଥିତି ଟିକେ ସ୍ଥିର ହେଲା ପରେ ସାମାଜିକ ଦୂରତା ରକ୍ଷା କରି ବରିଷ୍ଠ ନାଗରିକଙ୍କ ସହ ସେମାନଙ୍କର ସୁରକ୍ଷା ପାଇଁ ଆଲୋଚନା କରାଯିବ ଓ ଯେଉଁ ବରିଷ୍ଠ ନାଗରିକ ମାନେ ବରିଷ୍ଠ ନାଗରିକ ପରିଚୟ ପତ୍ର ପାଇ ନାହାଁନ୍ତି ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ନୂତନ କରି ଦାୟିତ୍ୱ ଗ୍ରହଣ କରିଥିବା ନୟାପଲ୍ଲୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ପ୍ରତିଶ୍ରୂୁତି ଦେଇଛନ୍ତି