(ରିପୋର୍ଟରସ ଟୁଡେ,ଭୁବନେଶ୍ୱର): ରାଜ୍ୟରେ ଆଜି କରୋନା ମହାମାରୀରେ ୧୦ ଜଣ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଏନେଇ ସୁଚନା ଦିଆଯାଇଛି । ଆଜିର ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪୧୯ରେ ପହଞ୍ଚିଛି । ଆଜି ପ୍ରାଣ ହରାଇଥିବା ୧୦ ଜଣଙ୍କ ମଧ୍ୟରେ କଟକରୁ ଜଣେ, ଗଞ୍ଜାମରୁ ୫ ଜଣ, ନୟାଗଡରୁ ଜଣେ, ରାୟଗଡାରୁ ଜଣେ ଏବଂ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ରହିଛନ୍ତି । ସେମାନଙ୍କ ମଧ୍ୟରେ୯ ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି । ଆଜିର ମୃତକ ମାନଙ୍କ ଭିତରେ ୭ଜଣ ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ।