କେନାଲରେ ବୁଡି ବୃଦ୍ଧାଙ୍କ ମୃତ

( ତାରାକାନ୍ତ ନାୟକ): କେନ୍ଦ୍ରାପଡା କେନାଲରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ତେନ୍ତୋଳ ଗାଁରେ । ଗତକାଲି ସକାଳେ ଗାଁର ରସାନନ୍ଦ ବେହେରା ସୈାଚ ହେବା ପାଇଁ କେନ୍ଦ୍ରାପଡା କେନାଲକୁ ଯାଇଥିବାବେଳେ ଗୋଡ ଖସିଯାଇଥିଲା । ଫଳରେ ସେ କେନାଲରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ବୃଦ୍ଧଙ୍କୁ ବୁଡି ଯାଉଥିବା ଦେଖି ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ ।