( ବିଜୟ କୁମାର କାରୁଆ) : କେନ୍ଦୁଝରଜିଲ୍ଲା ପାଟଣାବ୍ଲକ-ଚିନିମାଳିପଶିଠାରେ ବ୍ଲକ ସ୍ତରୀୟ ଆଦିବାସୀ ଜନଜାତି ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକଅଧକ୍ଷ ଜଗନ୍ନାଥ ନାଏକଙ୍କ ଅଧକ୍ଷତାରେ କାର୍ୟ୍ୟକ୍ରମକୁ କେନ୍ଦୁଝର କେନ୍ଦ୍ରସମବାୟ ସମିତି ସଭାପତି କାନନ ବିହାରୀ ପୋହି ଉଦଘାଟନ କରଥିଲେ।
ଏଥିରେ ଉଦବୋଧନ ଦେଇ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ରାମରାଇ ମୁନ୍ଦୁୟା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧକ୍ଷ ମୀନା ମାଝୀ,ପାଟଣା ବ୍ଲକ୍ ବିଡ଼ିଓ କୁଶଳ ଚନ୍ଦ୍ର ନାଏକ, ପ୍ରକଳ୍ପ ପ୍ରଶାସକ ଆଦିବାସୀ ଉନ୍ନୟନ ସଂସ୍ଥା ନାରାୟଣ ମୁର୍ମୁ,ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ ଆଦିବାସୀ ମାନଙ୍କ ପାରମ୍ପରିକ ଭାଷା, କଳା, କ୍ରୀଡା, ନୃତ୍ୟ ସଂସ୍କୃତିକୁ ଗୁରୁତଆରୋପ କରି ଆଗମୀ ଦିନ କିପରି ବଂଚି ରହି ଆଲେଚନା କରିଥିଲେ। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ପରିଷଦ,ସମସ୍ତ ସମିତି ସଭ୍ୟ/ସଭ୍ୟା ଏବଂ ପଞ୍ଚାୟତ ସରପଞ୍ଚ ଯୋଗ ଦେଇଥିବା ବେଳେ ବିଜୁଯୁବ ବାହିନୀର ସଂଯୋଜିକା ବେବୀରାଣୀ ମହାପାତ୍ର, ମାଧବାନନ୍ଦ ପୃଷ୍ଟି ଓ କର୍ମକର୍ତ୍ତାମାନେ ଯୋଗ ଦେଇ ଆଦିବାସୀ ପରମ୍ପରାକୁ ନେଇ ସାସ୍କୃତିକ କାର୍ୟ୍ୟରେ ଚାଙ୍ଗୁନାଚ, ଦାସକାଠିଆ, ଆଦିବାସୀ ନୃତ୍ୟ, ଘୁମୁରାନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ୟ୍ୟକ୍ରମରେ ପାଂଚହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ।