ପୁଣି ଚାଲିଚାଲି ଘରକୁ ବାହୁଡିଛନ୍ତ ପ୍ରବାସୀ

(ରିପଶେଯର୍ସ ଟୁଡେ/ ଭୁବନେଶ୍ୱର): ଚାଲି ଚାଲି ତାମିଲନାଡୁରୁ ନିଜ ଭିଟାମାଟିକୁ ଫେରୁଛନ୍ତି ଶ୍ରମିକ । ସୂଚନାନୁଯାୟୀ ୧୦ ଜଣ ଶ୍ରମିକ ତାମିଲନାଡୁରୁ ନିଜ ଭିଟାମାଟି ଅଭିମୁଖେ ଯାତ୍ରା କରୁଥିଲେ । କିଛି ବାଟ ଚାଲି ଚାଲି ଆସିବା ପରେ ତାଙ୍କୁ ଏକ ବସ ମିଳିଥିଲା । ବସ ଡ୍ରାଇଭର ସେମାନଙ୍କୁ ଭୁବନେଶ୍ୱରରେ ଛାଡିଦେବାକୁ କହି ସେମାନଙ୍କ ଠାରୁ ୫ ହଜାର ଟଙ୍କା ଲେଖାଏଁ ନେଇଥିଲା । ସେମାନେ ଆଜି ଭୁବନେଶ୍ୱରେ ପହଞ୍ଚଥିଲେ । ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ଘର ବଲାଙ୍ଗୀର ହୋଇଥିବା ବେଳେ ୩ ଜଣଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଛି । ସେମାନେ ଭୁବନେଶ୍ୱର ଜୟଦେବ ବିହାର ନିକଟରେ ପହଞ୍ଚିବା ପରେ ସେଠାରୁ ରେଳଷ୍ଟେସନ ଆଡକୁ ଚାଲିଚାଲି ଯାଉଥିବା ବେଳେ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କ କିଛି ସାମ୍ବାଦିକ ଅଟକାଇ ପୁଲିସକୁ ଫୋନ କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ବିଏମସିକୁ ଏ ବିଷୟରେ ଜଣାଇବା ପରେ ବିଏମସି କର୍ମଚାରୀ ସେଠାରେ ପହଞ୍ଚି ବଲାଙ୍ଗୀର ଯାଉଥିବା ପ୍ରବାସୀମାନଙ୍କୁ ଖୋର୍ଦ୍ଧା ପିଏନ କଲେଜ ପରିସରରେ ଥିବା ଅସ୍ଥାୟି ସଙ୍ଗରୋଧ କେନ୍ଦ୍ରକୁ ପଠାଇବା ସହ ପଶ୍ଚିମବଙ୍ଗ ଯାଉଥିବା ପ୍ରବାସୀମାନଙ୍କୁ ରେଳଷ୍ଟେସନରେ ଛାଡିଥିଲେ ।