ଭୟଙ୍କର ରୂପ ନେଉଛି ବାତ୍ୟା ତିତଲି… ୫ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ

(ସଂଜୁକ୍ତା ବେହେରା) : ବଙ୍ଗୋପସାଗରେ ସୃଷ୍ଟି ହୋଇଥିୂବା ସାମୂଦ୍ରିକ ଝଡ ତିତଲି ଧିରେ ଧିରେ ଭୟଙ୍କର ରୂପ ନେଉଛି । ବର୍ତ୍ତମାନ ଏହାର କେନ୍ଦ୍ରସ୍ଥଳ ଗୋପାଳପୁର ବନ୍ଦର ଠାରୁ ମାତ୍ର ୩୨୦ କିଲୋମିଟର ଦୂରରେ ରହିଛି । ଆସନ୍ତା କାଲି ସୁଦ୍ଧା ଏହା ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତିତଲି ପ୍ରଭାବ ଆରମ୍ଭ ହୋଇଯାଇଛି.. ରାଜ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ସମେତ ବିଭିନ୍ନ ଜିଲ୍ଲାରେ ବିଳମ୍ବିତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇ ରହିଥିବାବେଳେ ୫ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ବାତ୍ୟା ତିତଲିକୁ ନଜରରେ ରଖି ଆସନ୍ତା ୧୨ ତାରିଖ ଯାଏ ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି.. ଏହାସହ ସେହି ୫ ଟି ଜିଲ୍ଲାରେ ହେବାକୁ ଥିବା କଲେଜ ନିର୍ବାଚନକୁ ମଧ୍ୟ ବାତିଲ କରିଦିଆଯାଇଥିବା ଏସଆରସି ସୂଚନା ଦେଇଛନ୍ତି.. ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ରେଡ ଆଲର୍ଟ ଦିଆଯାଇଥିବାବେଳେ ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର,ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ତିତ୍‌ଲୀର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି । ଓଡ୍ରାଫ୍‌, ଏନ୍‌ଡିଆର୍‌ଡିଏଫ୍‌ ଓ ଅଗ୍ନିଶମ ବିଭାଗ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି । ନିକଟସ୍ଥ ସ୍କୁଲ କଲେଜକୁ ଲୋକଙ୍କ ଆଶ୍ରୟ ପାଇଁ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି । ଏହାସହ ସମସ୍ତ ସରକାରୀ କମ ର୍ଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି ।