ଓକିଲଙ୍କ ପାଇଁ ହସ୍ତକ୍ଷପ କଲା ଜାତୀୟ ମାନବାଧୀକାର

(ରିପୋଟର୍ସ ଟୁଡେ): ଓଡ଼ିଶା ହାଇକୋର୍ଟର ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)। ଏହି ମାମଲାରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏବଂ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ରିପୋର୍ଟ ତଲବ କରିଛନ୍ତି। ଓକିଲଙ୍କୁ ମାଡ ମରାଯିବା ଘଟଣାରେ କଣ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିଛ ତାହାର ରିପୋର୍ଟ ଆଗାମୀ ୪ ସପ୍ତାହ ମଧ୍ୟରେ ଦେବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ଓକିଲଙ୍କ ନ୍ୟାୟ ପାଇଁ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏନଏଚଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୂଚନାଯୋଗ୍ୟ, କଟକ ହାଇକୋର୍ଟର ଓକିଲ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ମାଡ ମାରିବା ଘଟଣାକୁ ନେଇ ଗତ ଅଗଷ୍ଟ ୨୮ ତାରିଖରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଥିଲା । ଏହାର ପ୍ରତିବାଦରେ ହାଇକୋର୍ଟ ବାର୍ ଆସୋସିଏସନ ଅଗଷ୍ଟ ୨୯ରୁ କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ସଂପୃକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରିବାକୁ ଓକିଲ ସଂଘ ଦାବି କରିଛି। ହାଇକୋର୍ଟ ମଧ୍ୟ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ନିଜ ଜିଦରେ ଅଟଳ ଓକିଲମାନେ ଆନ୍ଦୋଳନରୁ ନହଟିବାରୁ ହାଇକୋର୍ଟ କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି । ଆସନ୍ତାକାଲି ହେବାକୁ ଥିବା ଓକିଲ ମାନଙ୍କ କାର୍ୟ୍ୟନିର୍ବାହୀ ବୈଠକରେ ଆନ୍ଦୋଳନ ସମ୍ପର୍କୀତ ପରବର୍ତୀ ପଦକ୍ଷେପ ବିଷୟରେ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି।