(ରିପୋଟର୍ସ ଟୁଡ/ଭୁବନେଶ୍ୱର): ଆଜି ଦିଲ୍ଲୀରୁ ଭୁବନେଶ୍ୱର ଆସୁଛି ସ୍ୱତନ୍ତ୍ର ଟ୍ରେନ । ଅପରାହ୍ନ ୫ଟା ୩୦ ରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବ ଉକ୍ତ ଟ୍ରେନ । ଏ ନେଇ ସ୍ଥିତି ସମୀକ୍ଷା କରିଛନ୍ତି ଶ୍ରମ ବିଭାଗ ସଚିବ ଅନୁ ଗର୍ଗ । ତାଙ୍କ ସହ ବିଏମସି କମିଶନର ଓ ପୋଲିସ କମିଶନର ମଧ୍ୟ ସ୍ଥିତି ସମୀକ୍ଷା କରିଛନ୍ତି । ସେହିଭଳି ଦିଲ୍ଲୀରୁ ଭୁବନେଶ୍ୱରକୁ ଏହି ଟ୍ରେନରେ ୫୮୮ ଜଣ ଯାତ୍ରୀ ଆସି ପହଞ୍ଚିବେ । ଷ୍ଟେସନରେ ଯାତ୍ରୀମାନେ ପହଞ୍ଚିବା ପରେ ସେମାନଙ୍କୁ ସ୍କ୍ରିନିଂକରି ନିଜ ନିଜ ଜିଲ୍ଲାକୁ ଯାଇପାରିବେ । ଷ୍ଟେସନରେ ପହଞ୍ଚିବା ପୂର୍ବରୁ ବିଶୋଧନ କରାଯାଇଛି । ସାମାଜିକ ଦୂରତା ଅବଲମ୍ବନ କରିବା ସହ ସମସ୍ତେ ମାସ୍କ ପିନ୍ଧିବାକୁ କୁହାଯାଇଛି । ତେବେ ପ୍ରତ୍ୟକ ଯାତ୍ରୀ ଓ ତାଙ୍କ ପରିବାର ହୋମ କ୍ୱାରେଣ୍ଟାଇନରେ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।