ଓଡିଶା ଶିଳ୍ପୀ ମହାସଂଘର ଷଷ୍ଠ ବାର୍ଷିକ ମହୋତ୍ସବ ଓ ଆଲାଚନା ଚକ୍ର ଅନୁଷ୍ଠିତ

(ଅମର ଦେହୁରୀ): କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀଦେବୀ ମାତାରିଣୀ ପୀଠରେ ଆଜି ଓଡିଶା ଶିଳ୍ପୀ ମହାସଂଘର ଷଷ୍ଠ ବାର୍ଷିକ ମହୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି । ରାଜ୍ୟର କଳା କାରିଗରୀକୁ ପିଢୀ ପରେ ପିଢୀ ବଞ୍ଚାଇରଖିବା ଉଦ୍ଦେଶ୍ୟରେ ଗତ ୨୦୧୨ ମସିହା ଅକ୍ଟୋବର ମାସ ୭ ତାରିଖରେ ଓଡିଶା ଶିଳ୍ପୀ ମହାସଂଘର ଗଠନ କରାଯାଇଥିଲା । ୬ଷ୍ଠ ବାର୍ଷିକ ମହୋତ୍ସବ ଅବସରରେ ଶିଳ୍ପୀ ମହାସଂଘ ତରଫରୁ କଳା କାରିଗରୀ କ୍ଷେତ୍ରର ସମସ୍ୟା ଓ ତାର ସମାଧାନ, ଶୀର୍ଷକ ଆଲାଚନା ଚକ୍ର, କାରିଗର ପତ୍ରିକାର ୪ର୍ଥ ସ୍ବନକ୍ଷତ୍ର ଉତ୍ସବ, ଶିଳ୍ପୀ ସଂବର୍ଦ୍ଧନା ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରତି ବର୍ଷ ବାର୍ଷିକ ଉତ୍ସବ ପାଳନ ସମୟରେ ଶିଳ୍ପୀ ମହାସଂଘ ତରଫରୁ କଳା କାରିଗରୀ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଶିଳ୍ପୀ ଓ କାରିଗରୀଙ୍କୁ ଶିଳ୍ପାଶ୍ରୀ ଏବଂ ବୟନଶ୍ରୀ ପୁରସ୍କାର ଦେବା ସହ କାରିଗରୀଙ୍କ ବିକାଶ ଲାଗି କାର୍ଯ୍ୟାରତ ବ୍ୟକ୍ତି ବିଶେଷଙ୍କୁ ଶିଳ୍ପୀ ସଖା ଓ ଅନୁଷ୍ଟାନକୁ ଶିଳ୍ପୀ ସହଯୋଗୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତୀ ବଦ୍ରିନାରାୟଣ ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଚଳିତ ବର୍ଷରେ ସଂବର୍ଦ୍ଧିତ ହୋଇଥିବା ପ୍ରତିଭାମାନେ ହେଲେ ଖାର୍ଦେ୍ଧା ଜିଲ୍ଲା ବନମାଳିପୁରର ବରିଷ୍ଠ ଚାନ୍ଦୁଆ ଶିଳ୍ପୀ ଗଗନ ମହାରଣାଙ୍କୁ ଶିଳ୍ପୀଶ୍ରୀ ପୁରସ୍କାର,କଟକ ଜିଲ୍ଲା ଅଭିମାନପୁରର ଅର୍ଜୁନ ପାଲଙ୍କୁ ବୟନଶ୍ରୀ ପୁରସ୍କାର,କେନ୍ଦୁଝର ଜିଲ୍ଲା ଧକାଠାର ରମେଶ ଚନ୍ଦ୍ର ସାହୁଙ୍କୁ ଶିଳ୍ପୀ ସଖା ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ସଂଗଠନର ସଂପାଦକ ପ୍ରିୟରଂଜନ କର ଅତିଥି ପରିଚୟ ପ୍ରଦାଦ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟର ବହୁ ସଂଖ୍ୟାରେ ହସ୍ତଶିଳ୍ପୀ ଓ ବୁଣାକାର ଏହି ଉତ୍ସବରେ ଯୋଗ ଦେଇଥିଲେ ।