(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଗଡିଛି ଟ୍ରେନ । ଆଜି ସକାଳ ୧୦ ବେଳେ ଏହି ଟ୍ରେନ ଭୁବନେଶ୍ୱରୁ ନୂଆଦିଲ୍ଲୀକୁ ଯାତ୍ରା କରିଛି । ତେବେ ଟ୍ରେନ ଯିବା ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ସହ ସାନିଟାଇଜେସନ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ଥର୍ମାଲ ସ୍କାନିଂ ସହ ମାସ୍କ ଓ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଜି ୫୪୫ ଜଣ ଯାତ୍ରୀଙ୍କୁ ନେଇ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି ଏହି ଟ୍ରେନ । ତେବେ ଏହି ଟ୍ରେନଟି ଆସନ୍ତାକାଲି ୧୦ଟା ୪୫ ରେ ନୂଆଦିଲ୍ଲୀରେ ପହଞ୍ଚିବ । ସେହିପରି କାଲି ସଂନ୍ଧ୍ୟା ୫ଟା ୫ ରେ ନୂଆଦିଲ୍ଲୀରୁ ଛାଡି ପରଦିନ ୫ ଟା ୨୫ ରେ ଭୁବନେଶ୍ୱରରେ ପହଞ୍ଚିବ । ଦେଶରେ ୧୫ଟି ଷ୍ଟେସନରେ ୧୫ ଯୋଡା ଅର୍ଥାତ ୩୦ଟି ଟ୍ରେନ ଚଳା ଚଳ କରୁଛି ।