ରାଜ୍ୟରେ ଆଉ ୨ ଆକ୍ରାନ୍ତ ଚିହ୍ନଟ,ବଲାଙ୍ଗୀରକୁ ଛୁଇଁଲା କୋରୋନା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର):ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ୧୪୫ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏହି ୨ ଆକ୍ରାନ୍ତ ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବୟଷ ଯଥାକ୍ରମେ ୧୮ ଓ ୨୨ । ଉଭୟ ପୁରୁଷ । ବଲାଙ୍ଗୀର ଜିଲ୍ଲା ଲେଖାରିଆ ଗାଁରୁ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଉଭୟ ତାମିଲନାଡୁରୁ ଫେରିଥିବା ସୂଚନା । ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରୀ ରହିଥିବା ସୂଚନା । ତେବେ ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୪୫ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟ ।ା ୪୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି ୧୦୩ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ।