(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନାକୁ ନେଇ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ୧୦ ଦିନ ମଧ୍ୟରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟୀ ଦୁଇ ଗୁଣିତ ହୋଇଛନ୍ତି । ସେ ମଧ୍ୟ କହିଛନ୍ତିି ଯେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡିଆ ନିଜର ବୋଲି କହିଛନ୍ତିି । ସେମାନଙ୍କର ଯତ୍ନ ନେବା ଆମର କର୍ତବ୍ୟ ବୋଲି କହିଛନ୍ତି । ଓଡ଼ିଶା ପ୍ରଥମ ରାଜ୍ୟ ଯିଏକି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ କଲା। ଆପଣମାନେ ସହଯୋଗ କଲେ, ଯାହା ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିଲା ‘ପ୍ରଥମେ ନିଜାମୁଦ୍ଦିନ ଫେରନ୍ତାଙ୍କ ଯତ୍ନ ନେବା ଚ୍ୟାଲେଞ୍ଜ ଥିଲା। ଏବେ ପଶ୍ଚିମବଙ୍ଗ ଫେରନ୍ତା ଭାଇଭଉଣୀଙ୍କ ଯତ୍ନ ନେବା ଆମ ପାଇଁ ଆହ୍ୱାନ ହୋଇଛି। ଏବେ ଯେତିକି ପଜିଟିଭ ଅଛନ୍ତି, ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ଫେରନ୍ତା ୫୦ ଜଣ ଅଛନ୍ତି। ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଆଗାମୀ କିଛି ଦିନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ବାହାରୁ ଆସୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା । ସେମାନଙ୍କୁ କ୍ୱାରେଣ୍ଟିନରେ ରଖିବା ଦିଗରେ ସହଯୋଗ କରିବା। ସେମାନେ ସୁସ୍ଥ ରହିଲେ, ଆମ ଗାଁ ଓ ପରିବାର ସୁସ୍ଥ ରହିବ। ଇତିହାସ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ।