ପଶ୍ଚିମବଙ୍ଗୋ ଫେରନ୍ତ।ଙ୍କ ମୋବାଇଲ ଟ୍ରାକିଂ ହେବ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ପଶ୍ଚିମବଙ୍ଗୋ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ଫେରନ୍ତାଙ୍କ ମୋବାଇଲ ଫୋନ ଟ୍ରାକିଂ କରାଯିବ । ଏ ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ କରି ୨୫ ମାର୍ଚ୍ଚ ପରେ ଯେଉଁମାନେ ଓଡିଶା ଫେରିଛନ୍ତି ସେମାନଙ୍କ ମୋବାଇଲ ଫୋନକୁ ଟ୍ରାକିଂ କରିବେ ରାଜ୍ୟ ସରକାର । ଆଉ ଟ୍ରାକିଂରେ ଧରାପଡିଲେ ସିଧାସଳଖ କ୍ୱାରେଣ୍ଟାଇନରେ ରଖାଯିବ । ବତ୍ତର୍ମାନ ସୁଦ୍ଧା ୨୯ଶହ ଜଣଙ୍କୁ ଠାବ କରାଯାଇଥିବା ନେଇ ସୂଚନା ମିଳିଛି । ପଶ୍ଚିମବଙ୍ଗରୁ ବହୁତ ଲୋକ ଓଡ଼ିଶାକୁ ଫେରିଛନ୍ତି । ରାଜ୍ୟରେ ବଢ଼ିୁଥିବା କରୋନା ଆକ୍ରାନ୍ତ ପ୍ରାୟ ପଶଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି । କରୋନା ସତର୍କତାକୁ ଦୃଷ୍ଟିରେ ରଖି ସରକାର ଏହିପରି ପଦକ୍ଷେପ ନେଇଛନ୍ତି ।