(ରିପୋଟର୍ସ ଟୁଡେ/ଭୁବନଶ୍ୱେର): ପ୍ରବାସୀ ଓଡିଆ ଘରକୁ ଫେରିବା ପାଇଁ ଆଜିଠୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ । ଘରକୁ ଫେରିବା ପାଇଁ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣ କରିବା ପାଇଁ ହୋଇଛି ବ୍ୟବସ୍ଥା । ପଞ୍ଜିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଫର୍ମ । ଓଡ଼ିଶା ଫେରିଲେ ସେମାନଙ୍କ ରହିବା ବ୍ୟବସ୍ଥା କରାଯିବ। ପଞ୍ଚାୟତ ସ୍ତରୀୟ କ୍ୱାରେଣ୍ଟିନ୍ ସେଣ୍ଟରର କାମ ବି ଜୋରସରରେ ଚାଲିଛି। ଏହି ଫର୍ମରେ ସ୍ପଷ୍ଟ ଭାବରେ ଓଡ଼ିଶା ଫେରନ୍ତାଙ୍କ ନାଁ, ଗାଁ ଓ ଠିକଣା ସହ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ ଉଲ୍ଲେଖ ରହିବ। ପଞ୍ଜୀକରଣ ପରେ ଜିଲ୍ଲା ନୋଡାଲ ଅଧିକାରୀ ଅନଲାଇନ୍ ପୋର୍ଟାଲରେ ସବିଶେଷ ତଥ୍ୟ ଅପଲୋଡ୍ କରିବେ । ତାସହ ସେ ଦାଦନ ଶ୍ରମିକ, ଛାତ୍ର, ପର୍ୟ୍ୟଟକ ନା ଅନ୍ୟ କେଉଁ ଶ୍ରେଣୀର ସେ କଥା ବି ଜଣାଇବାକୁ ହେବ। ଏହାର ତଦାରଖ ପାଇଁ ସବୁଠି ସରପଞ୍ଚଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଗଠନ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।