(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ପୁଣି ତିନି କୋରୋନା ଆକ୍ରାନ୍ତ ଚିହ୍ନଟ । ୩ ଆକ୍ରାନ୍ତଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର । ତେବେ ସେହି ବ୍ଲକର ୯ଟି ପଞ୍ଚାୟତକୁ ସିଲ କରିବା ସହ ପଞ୍ଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରାଯାଇଛି । ଏହି ୯ଟି ପଞ୍ଚାୟତର ୨୨ଟି ଗାଁକୁ ୪ଟି ଜୋନରେ ଭାଗ କରି କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ସେହିଭଳି ଜୋନ-୧ ରେ ପଦ୍ମପୁର, ସୁଗୋ, ଲୁଙ୍ଗା ଓ ଏରତାଳ ପଞ୍ଚାୟତ ରହିଛି । ଜୋନ-୨ ରେ ଗୁଆ ଗାଡିଆ ଓ ଖରିଡା ବିନାୟକୁପୁର ପଞ୍ଚାୟତ ରହିଛି । ଜୋନ-୩ରେ ଲକ୍ଷ୍ମୀଦାସପୁର ଓ ବାଲିମେଦ ପଞ୍ଚାୟତ ରହିଥିବା ବେଳେ ଜୋନ-୪ରେ ଅଧୁଆନ ପଞ୍ଚାୟତ ରହିଛି । ସିଲ କରାଯାଇଥିବା ଅଞ୍ଚଳରୁ ଘରୁ ଲୋକମାନେ ନ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ସମ୍ପୃକ୍ତ ଅଞ୍ଚର ଲୋକ ବାହାରକୁ ଆସି ପାରିବେ ନାହିଁ ଏବଂ ବାହାର ଲୋକ ସେହି ଅଞ୍ଚଳକୁ ପହଞ୍ଚିିପାରିବେ ନାହିଁ ବୋଲି କୁହାଯାଇଛି । ସେହି ଅଞ୍ଚଳର ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯିବ । ଏହାସହ ସେଠାରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସେହି ଅଞ୍ଚଳକୁ ସାନିଟାଇଜି କରିବା ପାଇଁ ମଧ୍ୟ କୁହାଯାଇଛି । ଅନ୍ୟପଟେ ବାସୁଦେବପୁର ବ୍ଲକରୁ ୬ଜଣଙ୍କ ବ୍ୟକ୍ତିଙ୍କଠାରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ୧୧ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିଭଳି ରାଜ୍ୟରେ ୮୨ ରେ ପହଞ୍ଚିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ୩୦ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେବି ରାଜ୍ୟରେ ଆହୁରି ୫୧ଜଣ ବ୍ୟକ୍ତି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୨ଜଣଙ୍କର ମୃତ୍ୟୁ ହୋଇଛି ।