(ବିଜୟ କୁମାର କାରୁଆ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ୨୦ଟି ପଞ୍ଚାୟତର ଉପଯୁକ୍ତ୨୫୧ ଜଣ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଖାଉଟି କାର୍ଡ଼ ବଣ୍ଟନ କରାଯାଇଛି । ପାଟଣା ଗୋଷ୍ଠୀ ଊନ୍ନୟନ ଅଧିକାରୀ କୁଶଳ ଚନ୍ଦ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁ୍ଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗ ଦେଇ ଶୁଭରାମ୍ଭ କରିଥିଲେ । ବ୍ଲକ୍ ଉପାଧକ୍ଷା ଲକ୍ଷ୍ମୀପ୍ରିୟା ବେହେରା ୨୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ, ୨୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ସୁରୁମାଲ ବେହେରା, ମିରିଖୋଜି ପଞ୍ଚାୟତ ସମିତି ସଭ୍ୟା ଧରିତ୍ରୀ ମହାନ୍ତ ଯୋଗ ଦେଇ ହିତାଧିକାରୀଙ୍କୁୁ କାର୍ଡ଼ ବଣ୍ଟନ କରିଥିଲେ । ବ୍ଲକ ଖାଦ୍ୟ ଯେଗାଣ ଅଧିକାରୀ ବିଦ୍ୟୁତଲତା ନାଏକ, ଗ୍ରାମ ପଞ୍ଚାୟତ ଅଫିସର ରଶ୍ମିରେଖା ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କାରିଥିଲେ । ବ୍ଲକ୍ ସହକାରୀ ଯନ୍ତ୍ରୀ ପୁରୁଷୋତମ ସାହୁ ଓ ଏକାଉଣ୍ଟ ଅଫିସର ଧନେଶ୍ୱର ନାଏକ ଉପସ୍ଥିତ ଥିଲେ ।