(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଭୁବନେଶ୍ୱର ରେଳ ଷ୍ଟେସନରୁ ପାର୍ସଲ ଟ୍ରେନରେ ବିଜୟନଗରମକୁ ଔଷଧ ନେଇ ଯାତ୍ରା କରିଛି । ଏଥିରେ ୪୧ଟି କାଟୁର୍ନରେ ୮୪୦କିଲୋ ଗ୍ରାମର ଔଷଧ ନେଇ ଟ୍ରେନଟି ଯାଇଛି ।
ସୁଚନାଯୋଗ୍ୟ ଯେ, କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ କଟକଣା କରାଯାଇଛି । ଅତ୍ୟାବଶ୍ୟକ ନ ପଡିଲେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ରୋଗୀମାନଙ୍କ ପାଇଁ ଔଷଧ ଆବଶ୍ୟକ ପଡୁଛି । ଲକଡାଉନ ପାଇଁ ସବୁ ବନ୍ଦ ଥିବାରୁ ବିଭିନ୍ନ ଔଷଧ ମିଳିବା କଷ୍ଟକର ହେଉଛି । ଏଥିପାଇଁ ଆଜି ସକାଳ ୯ଟା ୫୫ ମିନିଟରେ ଭୁବନେଶ୍ୱର ରେଳ ଷ୍ଟେସନରେ ଏକ ପାର୍ସଲ ଟ୍ରେନ ପହଞ୍ଚି ୧୦ ଟା ସମୟରେ ୪୧ଟି ମେଡିସିନ କାଟୁର୍ନରେ ୮୪୦କିଲୋ ଗ୍ରାମର ବିଭିନ୍ନ େଓøଷଧ ନେଇ ବିଜୟନଗରମକୁ ଯାତ୍ରା କରଥିବା ଜଣାପଡିଛି ।