(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମାଛ କିଣିବା ମହଙ୍ଗା ପଡିଲା । ଏକାଧିକ ବାଇକ ଉଠାଇନେଲା ପୋଲିସ । ରାଜଧାନୀ ଭୁବନେଶ୍ୱରର ୪ନମ୍ବର ମାଛ ର୍ମାେକଟରୁ ମାଛ କିଣିବା ବେଳେ ଲୋକଙ୍କ ବାଇକକୁ କ୍ରେନ ସାହାର୍ଯ୍ୟରେ ଉଠାଇ ନେଇଛି ପୋଲିସ । କୋରୋନା ପାଇଁ ରାଜ୍ୟରେ ଲକଡାଉନ ବ୍ୟବସ୍ଥା କରାଯାଇଥିବା ବେଳେ ଅତ୍ୟାବଶ୍ୟକ ନ ପଡିଲେ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା । କିନ୍ତୁ ଆଜି ମାଛ ମାର୍କେଟରେ ଲୋକମାନଙ୍କ ଗହଳି ହେବା ସହ ବାଇକ ଧରି ମାଛ କିଣିବାକୁ ଆସିଥିବା ଲୋକଙ୍କ ବାଇକକୁ ଉଠାଇ ନେଇଛି କମିଶନରେଟ ପୋଲିସ ।
ରାଜ୍ୟରେ କୋରୋନା ଆକ୍ରାନ୍ତ ୬୦ରେ ପହଞ୍ଚିଥିବା ବେଳେ ରାଜଧାନୀର ବୋଲିଖାଲ, ସୂର୍ଯ୍ୟନଗର, ଝାରପଡା ଅଞ୍ଚଳରୁ କେବଳ ୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ସେହି ଅଞ୍ଚଳ ଗୁଡିକୁ ସିଲ କରିବା ସହ କଣ୍ଟେନମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରାଯାଇଛି । ତେବେ ଏହି ସ୍ଥିତିକୁ ଦେଖି ସରକାରଙ୍କ ପକ୍ଷରୁ ଗାଇଡଲାଡଇନ ଜାରୀ କରାଯାଇଛି । ଘରୁ ବଜାରକୁ ଗଲା ବେଳେ ବାଇକ ଧରି ନ ଯିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ କିଛି ଅମାନିଆ ବାଇକ ଧରି ବାହାରେ ମାର୍କେଟିଙ୍ଗ କରୁଛନ୍ତି । ଯାହା ଫଳରେ ପୋଲିସ ସେମାନଙ୍କ ବାଇକୁ ଜବତ କରିବାକୁ ବାଧ୍ୟ ହୋଇଛି ।