କାର ଧକ୍କାରେ ଜଣେ ମୃତ ୨ ଗୁରୁତର

(ଜୟନ୍ତ କୁମାର ସେଠୀ) : ପୁରୀ ଜିଲ୍ଲା ନିମାପଡ଼ା ଠାରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ବ୍ୟକ୍ତିଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ମଙ୍ଗରାଜ ପୁର ମଣିଆବନ୍ଧ ଗ୍ରାମର ଗଙ୍ଗାଧର ବିଶ୍ୱାଳ । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବାରୁ ନିମାପଡ଼ା କୋଣାର୍କ ରାସ୍ତାରେ ଗମନାଗମନ ବନ୍ଦ ହୋଇଯାଥିଲା । ଖବର ପାଇଁ ନିମାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚ ି ଆନ୍ଦୋଳନ କାରୀଙ୍କ ସହିିତ ଆଲୋଚନା କରିବା ସହ ତଦନ୍ତ କରିଥିଲେ । ସୂଚନା ଅନୂଯାୟୀ , ରାତି ୧୦ ଘଟିକା ସମୟରେ କୋଣାର୍କ ପଟୁ ଦ୍ରୁତ ଗତିରେ ଆସିବା ବେଳେ ସରବାପଡ଼ା ଛକ ନିକଟରେ ଏକ ସାଇକେଲ ଆରୋହୀ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣକ ହେଲେ ବେଗୁନିଆ ଥାନା ଅନ୍ତର୍ଗତ ମଙ୍ଗରାଜ ପୁର ମଣିଆବନ୍ଧ ଗ୍ରାମର ଗଙ୍ଗାଧର ବିଶ୍ୱାଳ । ଅନ୍ୟପଟେ କାର ଟି ଭାରସାମ୍ୟ ହରାଇ ଝାମ୍ପୁଲାକୁଦା ଛକ ନିକଟରେ ମଧ୍ୟ ଦୁଇଜଣଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ ନିମାପଡ଼ା- କୋଣାର୍କ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ତଦନ୍ତ କରିଥିଲେ ।