ମନ୍ଦିର ସଂରକ୍ଷଣ ୨ୟ ଦିବସ ଆଲୋଚନା: ବାହରି ପାରିନଥିଲା ନିର୍ୟ୍ୟାସ୍ତ

(ଗୋପ / ଜୟନ୍ତ କୁମାର ସେଠୀ ): କଣ ହେବ ବିଶ୍ଵ ଐତିହ କୋଣାର୍କ ମନ୍ଦିରର ଭବିଷ୍ୟତ ? କେତେ ସୁରକ୍ଷିତ ଅଛି ନିଖୁଣ କଳା କୃତି ରେ ଭରପୁର କୋଣାର୍କ ସୂର୍ୟ୍ୟ ମନ୍ଦିର । ମନ୍ଦିର ଆର୍ନ୍ତରିଣ ପଥର ହେଲାଣି କି ଦୁର୍ବଳ ? ମନ୍ଦିର ସୁରକ୍ଷା ପାଇଁ ଭର୍ତ୍ତି କରାଯାଇଥିବା ବାଲି ମନ୍ଦିର ପାଇଁ ଆଣିବ କି ବିପଦ ? ଏଭଳି ଅନେକ ପ୍ରସଙ୍ଗ କୁ ନେଇ ୨ୟ ଦିବସ ରେ ସରଗରମ ଆଲୋଚନା କରାଯାଇଥିଲେ ମଧ୍ୟ ବାହରି ପାରିନଥିଲା ନିର୍ୟ୍ୟାସ୍ତ । ସେପଟେ ମନ୍ଦିର ସୁରକ୍ଷା ଓ ସ୍ଥାୟିତ୍ଵ କିଭଳି ରହି ପାରିବ ସେ ନେଇ ସହମିତି ରେ କାର୍ୟ୍ୟକରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ପର୍ୟ୍ୟଟନ ମଂତ୍ରୀ ।
ସିବିଅ।ରଅ।ଇ, ପ୍ରତ୍ଵତତ୍ତ୍ ବିଭାଗ,ପୂର୍ତ୍ତ ବିଭାଗର ବିଶେଷଜ୍ଞ ମାନଙ୍କ ମଧ୍ୟରେ ମନ୍ଦିର ଅ।ର୍ନ୍ତରିଣ ସୁରକ୍ଷା କୁ ନେଇ ସହମତି ରହୁନଥିବାରୁ ମନ୍ଦିର ପ୍ରତି ବିପଦ ରହିଥିବାର ଅନୁମାନ କରାଯ।ଉଛି । ବିଶେଷକରି ୩ଡି ଲେଜର ସ୍କାନର ମାଧ୍ୟମରେ ଉତ୍ତୋଳନ ଫଟୋ କୁ ଅ।ଧାର କରି ମନ୍ଦିର ସୁରକ୍ଷିତ ରହିଛି ମନ୍ଦିର ଭିତରେ ଥିବା ବାଲି ମନ୍ଦିର ପାଇଁ ବିପଦ ଅ।ଣିବ ନାହିଁ ବୋଲି କହିଥିବା ବେଳେ ମନ୍ଦିର ସୁରକ୍ଷିତ ଅଛି ବୋଲି ସିବିଅ।ରଅ।ଇ କହିଥିବା ବେଳେ ଏଥିରେ ସହମତି ପ୍ରକାଶ କରିନି ପୂର୍ତ୍ତ ବିଭାଗ । ପୂର୍ତ୍ତ ବିଭାଗ ସପରଟେଣ୍ଡିଂ ଇଜିଂନିୟରଙ୍କ ମତରେ ମନ୍ଦିର ଭିତରେ ପଥର ଖସୁଛି,ସାମାନ୍ୟ ଭୂମିକଂପ ହେଲେ ମନ୍ଦିର ପାଇଁ ବିପଦ ଅ।ଣିବ ବୋଲି କହିଥିବା ବେଳେ ମନ୍ଦିର ଭିତରୁ ବାଲି କଢାଯିବା ସପକ୍ଷରେ ମତ ଦେଇଛନ୍ତି ।
ସେପଟେ ମନ୍ଦିର ଭିତରୁ ବାଲି କଢାଯିବା ସଂପର୍କରେ ଅ।ମିକସକ୍ୟୁରି ନିଜର ମତ ଦୋହରାଇଥିବା ବେଳେ ମନ୍ଦିରର ସମସ୍ୟା ସଂପର୍କରେ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଘଟଣା କୁ ଅତି ଗୁରୁତ୍ଵର ସହିତ ନେଇ ବିଚାର କରୁଛନ୍ତି ବୋଲି ମତ ରଖିଛନ୍ତି । ଅପରପଟେ ମନ୍ଦିର ଭିତରୁ ବାଲି କଢାଯିବା ନେଇ ମଧ୍ୟ ସହମତି ପ୍ରକାଶ କରିଛନ୍ତି କେନ୍ଦ୍ର ପର୍ୟ୍ୟଟନ ମଂତ୍ରୀ । କୋଣାର୍କ ମନ୍ଦିରର ସୁରକ୍ଷା କୁ ନେଇ ସହମତି ରେ କାର୍ୟ୍ୟ କରିବାର ଅ।ବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ।