(ମମତା ସାମଲ)ରିପୋର୍ଟସଟୁଡେ: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ମାତ୍ର ୩ ମିନିଟର ଘୁର୍ଣ୍ଣିବଳୟରେ ଛାରଖାର ହୋଇଛି ଫୁଲବାଣୀ ସହର ।ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡିପଡିଥିବାବେଳେ ବିଦ୍ୟୁତ ତାର ଛିଣ୍ଡିପଡିଛି । ଆଜି ସକାଳେ ଘୁର୍ଣ୍ଣିବଳୟ ସହ ବର୍ଷା ଯୋଗୁଁ ସହରର ସ୍ଥାନେ ସ୍ଥାନେ ବଡ଼ ବଡ଼ ଗଛ ଉପୁଡିପଡିଥିବାବେଳେ ଲୋକଙ୍କ ଘର ସାମ୍ନାରେ ଥିବା କାର ଉପରେ ଗଛ ପଡିଯାଇଥିଲା ।କେତେକ ଘରର ଆଜବେଷ୍ଟସ ଭାଙ୍ଗି ଯାଇଛି । ଜିଲ୍ଲାପାଳଙ୍କ ଅଫିସ ସହ ଏସପି ଅଫିସ ସାମ୍ନାରେ ଥିବା ଗଛ ଉପୁଡିପଡିଥିବାରୁ ସହରର ମୁଖ୍ୟ ରାସ୍ତା ଅବରୋଧ ହୋଇଯାଇଥିଲା ।ସମଗ୍ର ସହରରେ ବିଦ୍ୟୁତ ତାର ଛିଣ୍ଡିଯାଇଥିବାରୁ ବିଦ୍ୟୁତ ସେବା ବନ୍ଦ ହୋଇଯାଇଛି ।ତେବେ ଏଥିରେ କେହି ଆହତ ହୋଇନାହାନ୍ତି ।ଏଠାରେ ସୂଚନା ଥାଉ କି ରାଜ୍ୟରେ ଜାରି ରହିଥିବା ବର୍ଷା ଆଉ ୨୪ ଘଣ୍ଟା ପର୍ୟ୍ୟନ୍ତ ଲାଗିରହିବ।
ସେହିପରି ବଲାଙ୍ଗିର ସହରରେ ମଧ୍ୟ ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି। ଗତକାଲି ରାତିରୁ ଏଠାରେ ଝଡ଼ ତୋଫାନ ବର୍ଷା ଲାଗି ରହିଛି। ଫଳରେ କିଛି ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିବାରୁ ରାତିରୁ ସହରରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଏଠାରେ ମଧ୍ୟ ଅନେକ ଘରର ଆଜବେଷ୍ଟସ ଉଡ଼ିଯାଇଛି।