ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

(ଜୟନ୍ତ କୁମାର ସେଠୀ) : ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କର ବେଳାଭୂମିକୁ ପରିସ୍କାର ପରିଛନ୍ନ କରାଯାଇଛିା । ବିଭିନ୍ନ ଶିକ୍ଷାନୁଷ୍ଠାନର ପିଲାମାନେ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତା ପରେ ପର୍ଯ୍ୟଟକଙ୍କୁ ଫୁଲ ଚନ୍ଦନ ଦେଇ ପାରମ୍ପରିକ ନୃତ୍ୟ ମାଧ୍ୟମରେ ସୂର୍ଯ୍ୟ ମନ୍ଦିର ଭିତରକୁ ସ୍ୱାଗତ କରାଯାଇଥିଲା । ଅତିଥି ଦେବ ଭବ୍ ନୀତିରେ ପର୍ଯ୍ୟଟକଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ପୁରୀ ଜିଲ୍ଲାର ବନ୍ୟଞ୍ଚଳ ଅଧିକାରୀ ଯୋଗଦେଇ ପର୍ଯ୍ୟଟକଙ୍କୁ ସ୍ୱାଗତ କରିଥିଲେ । ଏପରି କରିବା ଦ୍ୱାରା ଆମ ଓଡ଼ିଶାର କଳା ସଂସ୍କୃତି ଦେଶ ବିଦେଶରେ ପ୍ରଚାର ପ୍ରସାର ହେବା ସହ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ପର୍ଯ୍ୟଟନ ବିଭାଗର ଅଧିକାରୀ କହିଛନ୍ତି । ଏହି ଦିବସ ଅବସରରେ କୋଣାର୍କ ମନ୍ଦିର ବୁଲି କାରୁକାର୍ଯ୍ୟ ଦେଖିବା ସହ ବେଳାଭୂମିର ମଜା ନେଇ ବେଶ୍ ଖୁସି ଥିବା ପର୍ଯ୍ୟଟକ କହିଛନ୍ତି । ଦେଶ ତଥା ଦେଶ ବାହାରୁ ଅନେକ ପର୍ଯ୍ୟଟକଙ୍କୁ ମନ୍ଦିର ପରିସରରେ ଦେଖିବାକୁ ମିଳିଥିଲା ।