ଜାତିୟ କୃମିନାଶକ ଦିବସ ପାଳିତ

(ବିଜୟ କୁମାର କାରୁଆ) : କେନ୍ଦୁଝର ଜିଲ୍ଲା ପାଟଣାବ୍ଲକ୍ ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତିୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଉଦ୍ଘାଟନ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼କ୍ଟର ପୁରୁଷୋତ୍ତମ ମହାନ୍ତି ଯୋଗ ଦେଇ କୃମି ନାଶକ ବଟିକା ଖାଇଲେ କେଉଁ ସବୁ ଉପକାର ମିଳେ ତାହା ସ୍କୁଲ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଗୋଷ୍ଟୀ ଶିକ୍ଷା ସାଧନ କେନ୍ଦ୍ର ଅଧିକାରୀ ପୂର୍ଣଚନ୍ଦ୍ର ଅନନ୍ତ, ସି.ରା.ସି ପ୍ରମୋଦ ମହାନ୍ତ, ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ମହାନ୍ତ, ଶିକ୍ଷକ ପ୍ରାଥସାରଥୀ ବେଜ, ଶିକ୍ଷୟିି୍ରତ୍ରୀ କବିତା ମହାନ୍ତ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ୯୫ ଜଣ ଛାତ୍ରୀଙ୍କୁ କୃମି ନାଶକ ବଟିକା ଖାଇବାକୁ ଦିଆଯାଇଥିଲା । ଆଗାମୀ ମାସରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ଅଣ ତିରିଶ ହଜାର ଛାତ୍ରଛାତ୍ରୀଙ୍କୁ ଏହି ବଟିକା ଦିଆଯିବ ବୋଲି ସୁଚନା ମିଳିଛି ।