ବାଲୁକା କଳା ମାଧ୍ୟମରେ ବାର୍ତ୍ତା

(ଜୟନ୍ତ କୁମାର ସେଠୀ)ଗୋପ: ଦିଲ୍ଲୀ ନିର୍ବାଚନ ରେ ଆମ ଆଦମୀ ପାର୍ଟି ବିପୁଳ ବିଜୟ ହାସଲ କରିଛି। ପୁଣି ଆପର ମୁଖ୍ୟ ଅରବିନ୍ଦ କେଜରିୱାଲ ଙ୍କ ଲୋକପ୍ରିୟତା କାମ ଦେଇଛି। ଏହାକୁ ନେଇ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟି ବାରେ ଲାଗିଛି ଅରବିନ୍ଦ କେଜରିବାଲ ଙ୍କ ପାଖକୁ। ଅନ୍ୟ ପଟେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ ହାଉସ ବେଳାଭୂମି ନିଜ ବାଲୁକା କଳା ମାଧ୍ୟମରେ ଦିଲୀ ବିଜୟ କୁ ନେଇ ଅରବିନ୍ଦ କେଜରିବାଲ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାଲୁକା କଳା ରେ ଅରବିନ୍ଦ କେଜରିୱାଲ ଙ୍କ ପ୍ରତିମୂର୍ତ୍ତି କୁ ସ୍ଥାନ ଦେବା ସହ ଶୁଭେଚ୍ଛା ବାର୍ତା ଦିଆଯାଇଛି । ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ୧୫ ଟନ ବାଲି ବ୍ୟବହାର ହୋଇଚି।
ସେହିପରି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଷଷ୍ଠ ତମ ବାଲୁକା କଳା ପୁରୀ ଲାଇଟ୍ ହାଉସ ବେଳାଭୂମିରେ ହୋଇଛି। ଡିସେମ୍ବର ୨୪ ତାରିଖ ରୁ ଚାଲିଥିବା ମାନସ ସାହୁ ସାଣ୍ଡଆଟ ପାର୍କ ରେ ଷଷ୍ଠ ତମ ବାଲୁକା କଳାକୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି। ଏହି ବାଲୁକା କଳାଟି ୧୨ ଫୁଟ୍ ଉଚ୍ଚତା ବିଶିଷ୍ଟ ଏଥିରେ ପ୍ରକୃତି ର ବିରୁଦ୍ଧରେ କାମ ନକରି ପ୍ରାକୃତିକ ଉପାୟରେ ଜୀବନ ଜାପାନ କରିବା। ବିଭିନ୍ନ ପ୍ରକାର ପ୍ରଦୂଷଣ ରୁ ଦୂରରେ ରହିବା ଦ୍ଵାରା ଭବିଷ୍ୟତରେ ଏକ ସୁନ୍ଦର ପରିବେଶ ସୃଷ୍ଟି କରିବାରେ ବାର୍ତ୍ତା ଦେଇଛନ୍ତି। ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଏହି ବାଲୁକା କଳା ପାର୍କ ରେ ସଚେତନତା ଭିତ୍ତିକ ବାଲୁକା କଳା ମାନ ପ୍ରସ୍ତୁତ କରାଯାଇଛି।