ବର୍ଷାରେ ଭିଜୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

(କାହ୍ନୁଚରଣ ସାହୁ / କଳାହାଣ୍ଡି): ଚିନ୍ତାରେ ଚାଷୀ ।ହଜାରେରୁ ଅଧିକ ଚାଷୀଙ୍କ ଅନଲାଇନରୁ ଟୋକନ୍ ଗାଏବ । କଳାହାଣ୍ଡି ଜିଲ୍ଲା କର୍ଳାମୁଣ୍ଡା ବ୍ଲକ ସଦର ମଣ୍ଡିରେ ଲଗାଣ ବର୍ଷାରେ ଭିଜିଲା ହଜାର ହଜାର କ୍ୱିଣ୍ଟାଲ ଧାନ ।
ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । କଳାହାଣ୍ଡିରେ ମଧ୍ୟ ବର୍ଷା ହେଉଛି । ଚାଷୀକୂଳ ଏବେ ହତାସ । ଧାନ ବିକ୍ରି ପାଇଁ ମଣ୍ଡିରେ ଧାନ ପଡ଼ି ରହିଛି । ଶହଶହ ଚାଷୀଙ୍କ ଗଚ୍ଛିତ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପ୍ରବଳ ବର୍ଷାରେ ଭିଜିଛି । ସରକାରଙ୍କ ଦୃଷ୍ଟି ନଥିବାରୁ ଚାଷୀ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ସରକାର ସେମାନଙ୍କ କଥା ନଶୁଣନ୍ତି ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।