ନକ୍ସଲଙ୍କ ଗତିବିଧି ଜଗିବ ଡ୍ରୋନ

(ମମତା ସାମଲ): ନକ୍ସଲଙ୍କ ଗତିବିଧି ଜଗିବ ଡ୍ରୋନ । ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଛନ୍ତି । ମାଓ ପ୍ରଭାବିତ ମାଲକାନଗିରି ଓ କୋରାପୁଟରେ ନକ୍ସଲ ଗତିବିଧି ଓ କାର୍ଯ୍ୟକଳାପ ଉପରେ କଡା ନଜର ରଖିବା ପାଇଁ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଡ୍ରୋନ ସହାୟତାରେ ମାଓବାଦୀଙ୍କ ଉପରେ ଆକାଶମାର୍ଗରୁ ତୀକ୍ଷ୍ମ ନଜର ରଖାଯିବ ବୋଲି ଡିଜିପି କହିଛନ୍ତି ।