ବାଣ କାରଖାନାରେ ବିସ୍ଫୋରଣ– ଶାଶୂ ,ବୋହୂ ଓ ନାତି ମୃତ

(ଶୁଭସ୍ମିତା ଦାସ) : ଶନିବାର ଆନ୍ଧ୍ରପ୍ରଦେଶରେ ରାଜାମହେନ୍ଦ୍ରବରମ୍ ଠାରେ ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାର ତିନି ଜଣ ସଦସ୍ୟ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେବା ସମୟରେ ପ୍ରାଣ ହରାଇଥିଲେ । ସେମାନେ ହେଲେ ମୁତ୍ୟମ୍ ରେଡ୍ଡୀ ସୂର୍ଯ୍ୟକାନ୍ତମ୍ (୬୦ ବର୍ଷି), ଧନଲକ୍ଷ୍ମୀ (୩୫ ବର୍ଷ) ଏବଂ ବିନୟ (୧୬) । ରାତି ପ୍ରାୟ ଦୁଇଟା ବେଳେ ଉପନଗରୀ ଲାଲାଚେରୁବୁ ଅନ୍ତର୍ଗତ ଏକ ଚାଳ ଘରେ ବାଣ ଭିଡ଼ା ଯାଉଥିବା ବେଳେ ବିସ୍ଫାରଣ ଘଟିଥିଲା ବୋଲି ରାଜମହେନ୍ଦ୍ରବରମ୍ର ପୁଲିସ ସୁପରିଟେଣ୍ଡେଣ୍ଟ ଶେମୁସି ବାଜପେୟୀ କହିଛନ୍ତି ।

ବେଆଇନ ବାଣ କାରଖାନା ବନ୍ଦ କରାଇ ପାରୁ ନଥିବାରୁ ପୋଲିସ ବିରୁଦ୍ଧରରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଆଗକୁ ଦୀପାବଳୀ ପର୍ବ ଥିବାରୁ ବେଆଇନ ବାଣ କାରଖାନା ଗୁଡ଼ିକ ସକ୍ରିୟ ହୋଇ ଉଠିବେ । ବେଆଇନ କାରଖାନା ଦୃଷ୍ଟି କୁ ଆସିବା ସଙ୍ଗେ ସଙ୍ଗେ ତାହା ଉପରେ ଚଢଉ କରି କାରଖାନା ଚଲାଉ ଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ବାଜପେୟୀ କହିଛନ୍ତି ।