କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରଷ୍କୃତ ତିନି ଜିଲ୍ଲାପାଳ

(ଆଦର୍ଶ ରାଉତ): କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାମାନଙ୍କୁ ସଫଳ ଭାବେ କର୍ଯ୍ୟକରିବା ପାଇଁ ରାଜ୍ୟ ସରକାରଙ୍କୁ ବିଭିନ୍ନ ବର୍ଗରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ପୁରସ୍କୃତ କରାଯାଇଛି । ଏହି ପ୍ରକ୍ରିୟାରେ ରାଜ୍ୟର ତିନି ଜିଲ୍ଲା ବୌଦ୍ଧ, କନ୍ଧମାଳ, ରାୟଗଡା ଜିଲ୍ଲାପାଳଙ୍କୁ ସମ୍ମାନିତ କରାଯାଇଛି । ସେହିପରି ମନରେଗା ଯୋଜନା ଭାଲ କାମ ପାଇଁ ନ୍ୟାସନାଲୱଲ ଲିଭିଙ୍ଗି ହୁଡ, ଦିନଦୟାଳ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ପାଇଁ ରାଜ୍ୟସରକାର ପୁରସ୍କାର ପାଇଛନ୍ତି । ଆଜି ମୂଖ୍ୟମନ୍ତ୍ରୀ ଏହି ଅଧିକାରୀମାନଙ୍କୁ ଭେଟି ଶୁଭେଛା ଜଣେଇଛନ୍ତି ।