ଭୋଜି ଖାଇବା ପଡିଲା ମହଙ୍ଗା , ୯୩ ଜଣ କରୋନା ସଂକ୍ରମିତ

(ମହାରାଷ୍ଟ୍ର ): ମହାରାଷ୍ଟ୍ରରେ କରୋନା ମହାମାରୀ ଚିନ୍ତାଜନକ ସ୍ଥିତି ଉପୁଜେଇଛି । ଉକ୍ତ ରାଜ୍ୟର ବୁଲଢାଣା ଜିଲ୍ଲା ଅନ୍ତର୍ଗତ ଏକ ଗାଁରେ ଭୋଜି ଖାଇବା ଖାଇବା ସହ କାରଣକୁ ଆମନ୍ତ୍ରଣ କରିଛନ୍ତି ସ୍ଥାନୀୟ ଲୋକେ । ଭୋଜିରେ ଶତାଧିକ ଲୋକ ଯୋଗ ଦେଇଥିବା ବେଳେ ଏବେ ସେମାନଙ୍କ ଭିତରୁ ୯୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଚଳିତ ମାସ ଆରମ୍ଭରୁ ଏକ ଯାଞ୍ଚ ଶିବିରରେ ୧୫ ଜଣ ଗ୍ରାମବାସୀ କରୋନା ସଂକ୍ରମିତ ଜଣାପଡିଛନ୍ତି। ଏହାର କିଛି ଦିନ ପରେ ଆୟୋଜିତ ଦ୍ବିତୀୟ ଶିବିରରେ ୭୮ ଜଣ ସଂକ୍ରମିତ ହୋଇଥିବାର ଜଣାପଡିଥିଲା।

ସୂଚାନୁଯାୟୀ , ନିକଟରେ କରୋନାରେ ଜଣେ ରୋଗୀଙ୍କର ମୃତ୍ୟୁ ହେବାପରେ ଭୋଜିର ଆୟୋଜନ କରାଯାଇଥିଲା। ଭୋଜିରେ ଅନେକ ଲୋକ ସାମିଲ ହୋଇଥିଲେ। ଏବେ ଏତେ ସଂଖ୍ୟକ କରୋନା ପଜିଟିଭ ବାହାରିବା ପରେ ଗାଁକୁ ନିଷିଧ ଅଞ୍ଚଳ ଘୋଷଣା କରାଯାଇଛି। ଅଧିକରୁ ଅଧିକ ଲୋକଙ୍କୁ ଯାଞ୍ଚ କରାଯାଉଛି।