ବିଦ୍ୟାଳୟ ଛାତ୍ରବାସରୁ ୯ଜଣ କୋଭିଡ଼ ପଜିଟିଭ

ଗୋପ/ଜୟନ୍ତ କୁମାର ସେଠୀ: କୋଣାର୍କସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ରବାସରୁ ୯ ଜଣ ଛାତ୍ର କୋଭିଡ ପଜେଟିଭ ଚିହ୍ନଟ । ବିଦ୍ୟାଳୟରେ କୋରନା ଟେଷ୍ଟ ଚାଲିଥିବା ବେଳେ ଛାତ୍ରାଵାସରେ ରହୁଥିବା ନବମ, ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ଅ।ଣ୍ଟିଜେନ ଓ ଅ।ର୍ଟିପିସିଅ।ର ଟେଷ୍ଟ ହୋଇଥିଲା। ଏଥିମଧୃରୁ ୯ ଜଣ ଛାତ୍ର ପଜେଟିଭ ଚିହ୍ନଟ ହୋଇଛନ୍ତି। ବିଦ୍ୟାଳୟରେ ୨୪ ଗୋଟି ଅ।ଇସୋଲେସନ ଗୃହ ପସ୍ତୁତ ଥିବା ବେଳେ ଚିହ୍ନଟ ୯ଜଣ ଛାତ୍ର ଛାତ୍ରୀ କ୍ଵାରେଣ୍ଟାଇନ ରେ ଅଛନ୍ତି । ସେପଟେ କୋଭିଡ ପଜେଟିଭ ଚିହ୍ନଟ ପରେ ବିଦ୍ୟାଳୟ ପରିସରକୁ ସାନିଟାଇଜ କରାଯ।ଇଛି ।